ଅଗଷ୍ଟ ୨୩ ପାଇଲା ଜାତୀୟ ମହାକାଶ ଦିବସର ମାନ୍ୟତା

205

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁର ଇସ୍ରୋ ମୁଖ୍ୟାଳୟରେ ପହଂଚିବା ପରେ ବୈଜ୍ଞାନିକଙ୍କୁ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି ।

ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଆଉ ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Comments are closed, but trackbacks and pingbacks are open.