ଇତିହାସ ରଚିଲା ଭାରତ: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରୟାନ-୩

50

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରି ଚନ୍ଦ୍ରୟାନ-୩ ଇତିହାସ ରଚିଛି। ବୁଧବାର ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାରତୀୟ ସମୟ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରୟାନ -୩ର ଲ୍ୟାଣ୍ଡର ମଡ୍ୟୁଲ (ଏଲ୍‌ଏମ୍‌) ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି।
ଜୁଲାଇ ୧୪ରେ ଇସ୍ରୋର ବାହୁବଳୀ ରକେଟ ମାର୍କ-୩ ସହାୟତାରେ ଚନ୍ଦ୍ରୟାନ-୩କୁ କକ୍ଷପଥରେ ପହଞ୍ଚାଯାଇଥିଲା। ଏହା ପୃଥିବୀକୁ ଅଣ୍ଡାକୃତି କକ୍ଷପଥରେ ଏକାଧିକ ଥର ପରିକ୍ରମା କରିବା ସହ ବେଗ ବଢ଼ାଇଥିଲା। ଅଗଷ୍ଟ ୧ରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରି ୫ରେ ଏହାର କକ୍ଷପଥରେ ପହଞ୍ଚତ୍ଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରିବା ସହ ଏକାଧିକ କକ୍ଷପଥ ଓ ବେଗ ହ୍ରାସ କରାଯାଇଥିଲା।
୨୦୦୮ ଅକ୍ଟୋବର ୨୨ ରେ ପ୍ରଥମ ଥର ଚନ୍ଦ୍ରମିଶନ ଆରମ୍ଭ ହୋଇଥିଲା। କିନ୍ତୁ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଅଧାରେ ଅଟକି ଯାଇଥିଲା। ୨୦୧୯ରେ ଇସ୍ରୋପୁଣି ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇଥିଲା। କିନ୍ତୁ ଅବତରଣ ସମୟରେ ସାମାନ୍ୟ ତ୍ରୁଟିରୁ ଚନ୍ଦ୍ରଯାନ-୨ କ୍ରାସ କରି ଯାଇଥିଲା ।

Comments are closed, but trackbacks and pingbacks are open.