ବିନା କାଠରେ ହେବ ଅନ୍ତିମ ସଂସ୍କାର

343

ଭୁବନେଶ୍ଵର: ଏଣିକି ମୃତଦେହ ସଂସ୍କାର ପାଇଁ ଆଉ ଦରକାର ପଡିବ ନାହିଁ କାଠ । ଗ୍ୟାସରେ ହୋଇପାରିବ ଅନ୍ତିମ ସଂସ୍କାର । ଭୁବନେଶ୍ଵରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ଶବଦାହ ଗୃହ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର ଧର୍ମ ବିହାରରେ ଏହି ଅତ୍ୟାଧୁନିକ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ଲୋକାର୍ପିତ କରିଛନ୍ତି । ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଏକ ଶବଦାହ ଗୃହ ଉଦଘାଟନ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ 

ପ୍ରଥମଥର ପାଇଁ ଭବୁନେଶ୍ଵରର ଧର୍ମ ବିହାରରେ ଏହି ଶବଦାହ କେନ୍ଦ୍ରର ଉଦଘାଟନ ହୋଇଛି । ୧୬ କୋଟି ବ୍ୟୟରେ ଭୁବନେଶ୍ଵର ଓ କଟକରେ ଗେଲ୍ ଇଣ୍ଡିଆ ୩ଟି ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ କେନ୍ଦ୍ର ନିର୍ମାଣ କରୁଥିବା ବେଳେ ଆଜି ପ୍ରଥମେ ଖଣ୍ଡଗିରି ସ୍ଥିତ ଧର୍ମବିହାରର ଏହାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶବଦାହ ବ୍ୟବସ୍ଥା ପ୍ରାକୃତିକ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହ ବାୟୁମଣ୍ଡଳ ମାନରେ ସୁଧାର ଏବଂ ଅଙ୍ଗାରକ ନିଗର୍ମନ ହ୍ରାସ କରିବ । କାଠ ପୋଡ଼ି ଶବଦାହ ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣ କମିବ ।

ଧର୍ମ ବିହାର ଠାରେ ଉଦଘାଟିତ ଶବ ଦାହ କେନ୍ଦ୍ରରେ ୨ଟି ଚୁଲ୍ଳା ରହିଛି । ଏଥିରେ ଗୋଟିଏ ମୃତଦେହକୁ ଦାହ କରିବାକୁ ଏକ ଘଣ୍ଟାଏ ସମୟ ଳାଗିବ । ଏହାର ରକ୍ଷାଣବେକ୍ଷଣ ଦାୟିତ୍ବ ବିଏମ୍‌ସି ନେଇଛି । ତେବେ ଆଗକୁ ଆଇଗିଣିଆ ଏବଂ ପରେ କଟକ ଖାନ୍ ନଗରରେ ମଧ୍ୟ ଏହି ପରି ଅତ୍ୟାଧୁନିକ ଶବଦାହ କେନ୍ଦ୍ର ଉଦଘାଟନ କରାଯିବାକୁ ଲକ୍ଷ୍ୟ ରଖିଛି ଗେଲ୍ ।

Comments are closed, but trackbacks and pingbacks are open.