ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍

25

ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ ।

ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ ଟିକ୍ ଟକ୍ ବ୍ୟାନ କରିଥିଲା । ଚାଇନା କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକ୍ ଟକ୍ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍‌କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି ।

ପ୍ରକାଶ ଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକ୍ ଟକ୍ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକ୍ ଟକ୍ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେନ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ସେହିପରି ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ ୫୯ଟି ଚାଇନା ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତରେ ଟିକ୍ ଟକ୍ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ ।

ଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକ୍ ଟକ୍ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍‌ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚାଇନା ସରକାରଙ୍କୁ ପଠାଯାଉଥିବା ଅଭିଯୋଗ କରିଥିଲା ଆମେରିକା ।

Comments are closed, but trackbacks and pingbacks are open.