ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ

269

ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ଜଣାଯିବ ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ତେଜିଛି । କଂଗ୍ରେସ କହିଛ ନେହେରୁଙ୍କ ସ୍ମୃତି ନଷ୍ଟ କରିବାକୁ ବିଜେପି ଷଡଯନ୍ତ୍ର କରି ଏଭଳି କରିଛି । ସେପଟେ ବିଜେପି ମଧ୍ୟ ଜବାବ ରଖିଛି ।

ଧାର୍ଯ୍ୟ ସମୟ ଅନୁସାରେ ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ଜଣାଯିବ ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ତେଜିଛି । ନେହେରୁଙ୍କ ସ୍ମୃତିକୁ ନଷ୍ଟ କରିବାକୁ ବିଜେପି ସରକାର ଏଭଳି ପରିବର୍ତ୍ତନ ଜାଣିଶୁଣି କରିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ଭାବେ ଦେଶର ସବୁଠୁ ଅଧିକ ସେବା ଜବାହାରଲାଲ ନେହେରୁ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନରେ ଭୟ ଓ ଅସୁରକ୍ଷିତ ଭାବନା ସଷ୍ଟି କରିଛି । ତେଣୁ ସଂଗ୍ରହାଳୟର ନାଁକୁ ପରିବର୍ତ୍ତନ କରାଯାଇଛି । ନେହେରୁ ଓ ତାଙ୍କ ସ୍ମୃତିକୁ ଅସ୍ୱିକାର କରିବା, ବଦନାମ କରିବା ଓ ନଷ୍ଟ କରିବା ବିଜେପିର ଏକମାତ୍ର ଏଜେଣ୍ଡା ।

ସେପଟେ ବିଜେପି କଂଗ୍ରେସର ଆକ୍ଷେପର ଜବାବ ମଧ୍ୟ ଦେଇଛି । ଦଳ କହିଛି ଗାନ୍ଧୀ ପରିବାର ଶହ ଶହ ବର୍ଷ ଧରି ଦେଶର ସମ୍ପତି ଉପରେ କବଜା କରି ଆସିଛି । କେବେ ନେହେରୁ ନାଁରେ କେବେ ଗାନ୍ଧୀ ନାଁରେ ସଡକରୁ ବିଶ୍ୱବିଦ୍ୟାଳୟକୁ ନାମିତ କରି ଆଧିପତ୍ୟ ବିସ୍ତାର କରି ଆସୁଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ବଦଳାଇବା ଏକ ବଡ କାରଣ ପାଇଁ ବଦଳାଇଛନ୍ତି । ଦେଶ ପାଇଁ କେବଳ ଗାନ୍ଧୀ କି ନେହେରୁ ପରିବାରର ବଳିଦାନ ରହିନି ଅନ୍ୟମାନଙ୍କ ମଧ୍ୟ ରହିଛି । ତେଣୁ ସମସ୍ତଙ୍କୁ ସମ୍ମାନ ଜଣାଇ ଏଭଳି ନିଷ୍ପତି ନିଆଯାଇଛି । ତେଣୁ କ’ଣ ପାଇଁ କଂଗ୍ରେସକୁ ଏହା ବିରୋଧ କରୁଛି ବୋଲି ପ୍ରଶ୍ନ କରିଛି ବିଜେପି ।ଜୁନ ମାସରେ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ ବଦଳାଇବା ନେଇ ମୋଦୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ କଂଗ୍ରେସ ବିରୋଧ କରିବା ସହ ବିଜେପିକୁ ଟାର୍ଗେଟ କରିଛି ।

Comments are closed, but trackbacks and pingbacks are open.