ଚିନ୍ତା ବଢ଼ାଉଛି କୋରନା; ପୁଣି ଫେରିଲା

331

Corona Virus: କରୋନା ସଂକ୍ରମଣ ମାମଲାକୁ ନେଇ ଅନେକ ଦିନ ହେବ ସାରା ବିଶ୍ୱ ଆଶ୍ୱସ୍ତ ଥିବା ବେଳେ ବର୍ତ୍ତମାନ ଏହା ପୁଣି ସକ୍ରିୟ ହୋଇଛି । ଓମିକ୍ରନ୍ ଭାଇରସର ସବ୍ ଭାରିଆଣ୍ଟ ଇଜି.5.1 ବ୍ରିଟେନରେ ଆତଙ୍କ ଖେଳାଇଛି । ଏହା ପରେ ବର୍ତ୍ତମାନ ଏହି ସବ୍ ଭାରିଆଣ୍ଟ ପ୍ରଥମ ଥର ପାଇଁ ମହାରାଷ୍ଚ୍ରରେ ଚିହ୍ନଟ ହୋଇଛି ।

ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଗତ ମେ’ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଇଜି.5.1 ଚିହ୍ନଟ ହୋଇଥିଲା । କିନ୍ତୁ 2 ମାସ ବିତିଯାଇଥିଲେ ବି ଜୁନ୍‌ ଏବଂ ଜୁଲାଇରେ ସଂକ୍ରମଣ‌ରେ ସେଭଳି ବୃଦ୍ଧି ହୋଇନାହିଁ । ମହାରାଷ୍ଟ୍ରରେ ଏବେ ଅଧିକାଂଶ ଏକ୍ସବିବି.1.16 ଏବଂ ଏକ୍ସବିବି.2.3 ମାମଲା ଚିହ୍ନଟ ହେଉଛି ।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ଶେଷରେ କରୋନା ସଂକ୍ରମଣ 70 ଥିଲା । କିନ୍ତୁ ଅଗଷ୍ଟ 6ରେ ସଂକ୍ରମଣ 115 କୁ ବୃଦ୍ଧି ପାଇଛି । ମୁମ୍ବାଇରେ ଏବେ ସକ୍ରିୟ ସଂକ୍ରମଣ 43 ଥିବାବେଳେ ପୁନେରେ 34 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ଜଣେ ବରିଷ୍ଠ ରାଜ୍ୟ ସରକାରୀ ଅଧିକାରୀ କହ‌ିଛନ୍ତି, ବର୍ତ୍ତମାନ ସ୍ଥିତିରେ ସଂକ୍ରମଣ ବୃଦ୍ଧି ହୋଇଛି ବୋଲି ‌କହିହେବନି । ଗୋଟିଏ ସପ୍ତାହ ପାଇଁ ସ୍ଥିତିକୁ ଯାଞ୍ଚ କରାଯିବା ପରେ ଜଣାପଡ଼ିବ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଶ୍ବାସଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ । ତେଣୁ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି । ଗତ 3-4 ଦିନ ଧରି ସଂକ୍ରମଣ ବଢ଼ିଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.