ଦିଲ୍ଲୀ ଏମ୍ସରେ ଭୟାଭୟ  ଅଗ୍ନିକାଣ୍ଡ

436

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଛି।  ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ  ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ୧୫ମଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

ଏଣ୍ଡୋସ୍କୋପି ବିଭାଗର ପଛପାଖରେ ଜରୁରୀ କାଳୀନ ବିଭାଗ ରହିଛି। ଏହା ପାଖରେ ଓପିଡି ମଧ୍ୟ ରହିଛି। ଏଥିପାଇଁ  ନିଆଁ ବ୍ୟାପିଯିବାର ଆଶଙ୍କା ଥିବାରୁ ରୋଗୀମାନଙ୍କୁ  ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏବେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। 

ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ଦିଲ୍ଲୀ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି। 

 ସୂଚନାଯୋଗ୍ୟ, ୨୦୨୧ ମସିହାରେ ଦିଲ୍ଲୀ ଏମ୍ସରେ ଅଗିକାଣ୍ଡ ଘଟିଥିଲା। ଦିଲ୍ଲୀ ଏମ୍ସକୁ ପ୍ରତ୍ୟେକ ଦିନ ଦେଶ ଓ ଦେଶ ବାହାରୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି।  

Comments are closed, but trackbacks and pingbacks are open.