ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

30

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ପ୍ରାସଙ୍ଗିକ ଇଞ୍ଜିନିୟରିଂ ବିଷୟରେ ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ ।

ଟ୍ରେଡ ଆପ୍ରେଣ୍ଟିସରେ ୧୮୮ଟି, ଟେକ୍ନିସିଆନ ଆପ୍ରେଣ୍ଟିସରେ ୧୩୬ଟି ଓ ଗ୍ରାଜୁଏଟ ଆପ୍ରେଣ୍ଟିସରେ ୫୧ଟି ପଦ ଖାଲି ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ୪ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟର ଅନ୍ୟ ଜିଲ୍ଲା ଓ ଦେଶର ଅନ୍ୟ ସ୍ଥାନର ପ୍ରାର୍ଥୀଙ୍କ ଅପେକ୍ଷା ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଯଦି ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀଙ୍କ ଦ୍ୱାରା ଖାଲି ଥିବା ପଦଗୁଡ଼ିକ ପୂରଣ ନହୁଏ, ତେବେ ଏ କ୍ଷେତ୍ରରେ ଅନ୍ୟ ଅଞ୍ଚଳର ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ । ଚୟନ ପ୍ରକ୍ରିୟାକୁ ରଦ୍ଦ କରିବାର ଅଧିକାର ମ୍ୟାନେଜମେଣ୍ଟର ରହିଥିବ ବେଳେ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଧରାଯିବ ।

Comments are closed, but trackbacks and pingbacks are open.