ଖାଇବା ତେଲ ହେବ ଶସ୍ତା, କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

29

ଖାଇବା ତେଲ ଦରକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ଏଡିବଲ ଅଏଲ ମିଶନ(NMEO)ର ଘୋଷଣା କରିଛନ୍ତି । ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ପାମ୍ ଅଏଲର ଉତ୍ପାଦନକୁ ପ୍ରୋତ୍ସାହନ ଦେବା । ଏହି ମିଶନ ଅନୁଯାୟୀ ସରକାର ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ପାମ ଅଏଲ ଉତ୍ପାଦନରେ ଇଣ୍ଡୋନେସିଆ ବିଶ୍ୱରେ ୧ ନମ୍ବରରେ ଥିବାବେଳେ ମାଲେସିଆ ଦ୍ୱିତୀୟ ନମ୍ବରରେ ରହିଛି । କିଛି ଆଫ୍ରିକୀୟ ଦେଶ ମଧ୍ୟ ଏହାର ଉତ୍ପାଦନ କରୁଛନ୍ତି, ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ଟନ ଖାଇବା ତେଲ ଆମଦାନୀ କରିଥାଏ । ଭାରତରେ ଇଣ୍ଡୋନେସିଆ ଏବଂ ମାଲେସିଆ ଦୁଇ ଦେଶରୁ ପାମ ଅଏଲ ଆମଦାନୀ ହୋଇଥାଏ ।
ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟାରେ ପ୍ରତିବର୍ଷ ପ୍ରାୟ ୨.୫ କୋଟି ଲୋକ ଯୋଡ଼ି ହେଉଛନ୍ତି । ଏହି ହିସାବରେ ଖାଇବା ତେଲର ବ୍ୟବହାର ପ୍ରତିବର୍ଷ ୩ରୁ ୩୫ ପ୍ରତିଶତ ବଢ଼ିବାର ଅନୁମାନ ରହିଛି । ବର୍ତ୍ତମାନର ସମୟରେ ଏକ ବର୍ଷରେ ଭାରତ ସରକାର ୬୦,୦୦୦ ରୁ ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରି ୧.୫ ଟନ ଖାଇବା ତେଲ କିଣୁଛନ୍ତି । ଦେଶକୁ ଏହାର ଜନସଂଖ୍ୟା ହିସାବରେ ପ୍ରତିବର୍ଷ ୨.୫ କୋଟି ଟନ ଖାଇବା ତେଲ ଆବଶ୍ୟକତା ରହିଛି
ନ୍ୟାସନାଲ ଏଡିବଲ ଅଏଲ ମିଶନ ଅଧୀନରେ ପାମ ଅଏଲ ଉତ୍ପାଦନ ବୃଦ୍ଧି ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବେ । ଭାରତରେ ତୈଳବୀଜ ଯୁକ୍ତ ଉଦ୍ଭିଦ ଚାଷ କମ କରାଯାଉଛି । ବର୍ତ୍ତମାନ ଏହାକୁ ବୃଦ୍ଧି କରିବାକୁ ଯୋଜନା କରାଯାଇଛି ଯାହା ଦ୍ୱାରା ଚାଷୀଙ୍କ ଆୟ ମଧ୍ୟ ଦ୍ୱିଗୁଣିତ ହୋଇପାରିବ। ଏହାପୂର୍ବରୁ ମଧ୍ୟ ଡାଲି ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବାକୁ ଉଦ୍ୟମ କରାଯାଇଛି। ଭାରତ ସରକାର କୃଷି ମନ୍ତ୍ରଣାଳୟକୁ ଏପରି ଯୋଜନା ପ୍ରସ୍ତୁତ କରିବାକୁ କହିଥିଲେ ଯାହାଦ୍ୱାରା ଆଗାମୀ ବର୍ଷମାନଙ୍କରେ ଖାଇବା ତେଲ ଆମଦାନୀ ବନ୍ଦ ହୋଇପାରିବ ।

Leave A Reply

Your email address will not be published.