ଆଜି ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ଖେଳାଳୀ : ସନ୍ଧ୍ୟା ୬ଟା ୩୦ରେ ପଦକ ବିଜେତାଙ୍କ ଭବ୍ୟ ସ୍ୱାଗତ

25

ଖେଳ ର ମହାକୁମ୍ଭ “ଅଲିମ୍ପିକ “ଗତ ରବିବାର ଦିନ ସମାପ୍ତ ହୋଇଛି I ୧୬ ଦିନ ର ଏହି ପ୍ରତିଯୋଗିତା ରେ ଭାରତୀୟ ଆଥଲେଟ ମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି I ଭାରତ ଏହି ଖେଳ ରେ ୧-ସ୍ୱର୍ଣ୍ଣ ୨-ରୌପ୍ୟ ଏବଂ ୪-ବ୍ରୋଞ୍ଜ ପଦକ ଜିତିଛନ୍ତି I ଟ୍ରାକ ଓ ଫିଲଡ ରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛନ୍ତି I ଏହା କେବଳ ନିରାଜ ଚୋପ୍ରା ଙ୍କ ର ଅସାଧାରଣ ପ୍ରଦର୍ଶନ ପାଇଁ ସମ୍ଭବ ହୋଇପାରିଛି I ଖେଳାଳି ମାନେ ଆଜି ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ରେ ପହଁଚିଯାଇଛନ୍ତି I ବିମାନ ବନ୍ଦର ରେ ଖେଳାଳି ମାନଙ୍କୁ ଢୋଲ ନାଗରା ଏବଂ ଆତସବାଜି ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଛି I ଖେଳାଳି ମାନେ ବିମାନ ବନ୍ଦର ରେ ଓଲ୍ହାଇବା ପରେ ଜୟକାର ଧ୍ଵନି ରେ ସାରା ବିମାନ ବନ୍ଦର କମ୍ପି ଉଠିଥିଲା I ଏଥିରେ ପୁରୁଷ ହକି ଖେଳାଳି ଙ୍କ ବ୍ୟତୀତ ସମସ୍ତଙ୍କ ହୃଦୟ ଜିତିଥିବା ମହିଳା ଖେଳାଳି ଙ୍କୁ ମଧ୍ୟ ଜୋରଦାର ସ୍ୱାଗତ କରାଯାଇଥିଲା ବିମାନ ବନ୍ଦର ରେ I ତେବେ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଦିଲ୍ଲୀର ହୋଟେଲ ଅଶୋକରେ ପଦକ ବିଜେତାଙ୍କ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହେବ I

Leave A Reply

Your email address will not be published.