ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

579

ଉତ୍ତର ପ୍ରଦେଶର ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗଷ୍ଟାରକୁ ବାନ୍ଧୁଛି ପୋଲିସ । ଏହି ପରିପ୍ରେକ୍ଷୀରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ତଥା ଉତ୍ତରପ୍ରଦେଶ ବିଧାୟକ ମୁକ୍ତାର ଅନସାରୀକୁ ୧୦ ବର୍ଷର କାରାଗାର ଦଣ୍ଡାଦେଶ ଶୁଣାଇବା ସହ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ଗାଜିପୁରର ଏମପି- ଏମଏଲଏ ଅଦାଲତ। ସେପଟେ ମୁକ୍ତାରଙ୍କ ଭାଇ ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମଧ୍ୟ ୪ ବର୍ଷ କାରାଗାର ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ।

୧୮ ବର୍ଷ ପୂର୍ବେ କୃଷ୍ଣାନନ୍ଦଙ୍କୁ ବେଶ ନିର୍ମମ ଭାବେ ହତ୍ୟା କରିଥିଲେ ମୁକ୍ତାର ଅନସାରୀ । ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ଓ ହତ୍ୟା ମାମଲାରେ ବାହୁବଳୀ ନେତା ମୁକ୍ତାର ଅନସାରୀ ବିରୋଧରେ ଦାୟର ହୋଇଥିଲା ଅପରାଧିକ ମାମଲା ।

Comments are closed, but trackbacks and pingbacks are open.