ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ୍

55

ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଆସନ୍ତା ସେପ୍ଟେମ୍ବରରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି I ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତଥା ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ (ଏସଏଫଏସଏ)ର ହିତାଧିକାରୀ ହୋଇଥିବେ ସେମାନଙ୍କୁ ହିଁ କେବଳ ସେପ୍ଟେମ୍ବର ପହିଲାରୁ ବିଜୁ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଜିଲ୍ଲାୱାରି ଏହି ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ ଓ ମୋଟ ୯୨.୫୦ଲକ୍ଷ ପରିବାରକୁ ଏହି କାର୍ଡ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧୫ତାରିଖରେ ଏହି କାର୍ଡ ବଣ୍ଟନ ନେଇ ଘୋଷଣା କରିବା ପରେ ଏହାକୁ ନଭେମ୍ବର ୧୪ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାୱାରି ବଣ୍ଟନ କରାଯିବ। ଏହି କାର୍ଡ ମୋଟ ୯୨.୫୦ଲକ୍ଷ ପରିବାରକୁ ମିଳିବ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନକୁ ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏଥିପାଇଁ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ଚେତନା ରଥ ବୁଲାଇବା ସହ ସବୁ ପଂଚାୟତର ପ୍ରମୁଖ ସ୍ଥାନରେ କାନ୍ଥଗୁଡ଼ିକରେ ଏସମ୍ପର୍କରେ ସଚେତନତା ବାର୍ତ୍ତା ଲେଖାଯିବ। ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନେଇ ହୋର୍ଡିଂ ମଧ୍ୟ ଲଗାଯିବ। ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷ୍ୟ ରୁ ସୂଚନା ଦିଆଯାଇଛି I

Leave A Reply

Your email address will not be published.