କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

27

ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଇରାନୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ସେଙ୍ଗୋଲକୁ ‘ନେହେରୁଜୀଙ୍କ ବାଡି’ ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ।

ସେ ଆହୁରି କହିଛନ୍ତି, ସେଙ୍ଗୋଲ ଆମର ସ୍ବାଧୀନତାର ପ୍ରତୀକ, ଗାନ୍ଧୀ ପରିବାର ସେଙ୍ଗୋଲକୁ ନେହେରୁଜୀଙ୍କ ବାଡି ଭାବେ ମ୍ୟୁଜିୟମ୍‌ର ଅନ୍ଧାର କୋଣରେ ରଖିଥିଲେ। ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ପଚାରିବାକୁ ଚାହେଁ ଯେ, ସେଙ୍ଗୋଲଙ୍କୁ ଏହିପରି ରଖିବା ଏବଂ ଏହାକୁ ବାଡି ଭାବରେ ବର୍ଣ୍ଣନା କରିବା ଦର୍ଶାଉଛି କି, ଦେଶର ଇତିହାସ ଏବଂ ଗଣତନ୍ତ୍ରକୁ ନେଇ ଗାନ୍ଧୀ ପରିବାରର କେଉଁ ଭଳି ଭାବେ ବିଚାରାଧାରା ରଖିଛି ତାହା ପ୍ରତିଫଳିତ ହୋଇଛି। ଏଥିପାଇଁ ଗାନ୍ଧୀ ପରିବାର ସମାନ ବିଚାରାଧାର ଲୋକଙ୍କୁ ନୂଆ ସଂସଦ ଭବନର ଉଦ୍‌ଘାଟନୀ ଉତ୍ସବରେ ସାମିଲ୍‌ ନ ହେବାକୁ ଉତ୍ସକାଉଛି। ତେବେ ଏହା ଆମକୁ ଆଶ୍ଚର୍ଯ୍ୟ ଲାଗୁନାହିଁ।

ଖବର ସରବରାହ ସଂସ୍ଥା ଏଏନଆଇକୁ ଟାଇମ ମାଗାଜିନର ଏକ ପୁରୁଣା ଆର୍ଟିକିଲ ଦେଖାଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଏହା ଆର୍ଟିକିଲଟି ଅଗଷ୍ଟ ୨୫ ୧୯୪୭ରେ ଟାଇମ ମାଗାଜିନର ଏକ ସଂଖ୍ୟାରେ ପ୍ରକାଶ ପାଇଥିଲା। ମୋର ସମସ୍ତ ବନ୍ଧୁ ଯେଉଁମାନେ ନୂଆ ସଂସଦ ଭବନକୁ ବିରୋଧ କରୁଛନ୍ତ ମୁଁ ଚାହୁଁଛି ସେମାନେ ଏହି ଆର୍ଟିକିଲଟି ପଢନ୍ତୁ। ଯାହାଦ୍ୱାରା ସେମାନେ ସେଙ୍ଗୋଲ ବିଷୟରେ କିଛି ତଥ୍ୟ ପାଇପାରିବେ। ୧୯୪୭ରେ ସେଙ୍ଗୋଲକୁ ନେଇ କ’ଣ ଘଟିଛି ଦେଖନ୍ତୁ। ଏଭଳି ଡ୍ରାମା କରି ସେମାନେ ନିଜ ନେତା ଜବାହରଲାଲ ନେହେରୁଙ୍କୁ ମଧ୍ୟ ବିରୋଧ କରୁଛନ୍ତି।

Comments are closed, but trackbacks and pingbacks are open.