୪ ନମ୍ବର ମାଛ ମାର୍କେଟ୍ ସିଲ୍‌ : ଭୁବନେଶ୍ୱର

31

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ ହୋଇଛି । ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ରହୁଥିବାରୁ ଅନ୍ୟ ମାର୍କେଟ ଭଳି ମାଛ ମାର୍କେଟ୍ ମଧ୍ୟ ବନ୍ଦ ରଖାଯାଇଥାଏ କିନ୍ତୁ ବିଏମସି ର ଏହି ନିୟମ ଉଲ୍ଲଙ୍ଘନ କରି ମାଛ ମାର୍କେଟ ଖୋଲା ଥିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। ଏବଂ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶ ଦେଇଛି ।
କଟକଣା କୋହଳ ହୋଇଥିଲେ ବି ବର୍ତ୍ତମାନ ଯାଏ କରୋନା ସଂକ୍ରମଣ କମି ନାହିଁ ,ତେଣୁ ପୂର୍ବ ଭଳି ଏବେ ବି ସପ୍ତାହାନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିଛି। ତେବେ ଏହି କଟକଣାକୁ ଅମାନ୍ୟ କରି ଆଜି ୪ ନମ୍ବର ମାଛ ମାର୍କେଟ୍‌ରେ କିଛି ଦୋକାନ ଖୋଲାଥିବା ନେଇ ବିଏମ୍‌ସି ପାଖରେ ଖବର ପହଞ୍ଚିଥିଲା। ଏହା ପରେ ବିଏମ୍‌ସିର ଏକ ଟିମ୍ ମାର୍କେଟରେ ରେଡ୍ କରିଥିଲେ। ବିଏମ୍‌ସିର ଅତିରିକ୍ତ କମିଶନରଙ୍କ ସହିତ ଜେଡିସି ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ଜେଡିସି ଅଂଶୁମାନ ରଥ କହିଛନ୍ତି, ଗତ ସପ୍ତାହରେ ମଧ୍ୟ ଶଟ୍‌ଡାଉନ୍‌ ବେଳେ ଶନିବାର ଓ ରବିବାର ଦିନ ଏଠାରେ କିଛି ଦୋକାନ ଖୋଲା ହୋଇଥିଲା। ସେତେବେଳେ ବିଏମ୍‌ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ଏବଂ ଏନେଇ ମାର୍କେଟ୍ ଆସୋସିଏସନ୍ ସହିତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଆଉ କେହି ଶଟ୍‌ଡାଉନ୍‌ରେ ଦୋକାନ ଖୋଲିବେ ନାହିଁ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ସକାଳେ ଆମେ ଖବର ପାଇଲୁ ଯେ ଏଠାରେ ତିନିଟି ଦୋକାନ ଖୋଲିଛି। ତେବେ ଏଠାରେ ପହଞ୍ଚି ଆମେ ଦେଖିଲୁ ଯେ କେବଳ ତିନିଟି ନୁହେଁ ଆହୁରି ଅନେକ ଦୋକାନ ଖୋଲା ରହିଥିଲା ଓ ବ୍ୟବସାୟ ଚାଲିଥିଲା। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମାଛ ମାର୍କେଟକୁ ସିଲ୍ କରି ଦିଆଯାଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ଆଜି ତିନୋଟି ଗୋଦାମ ଖୋଲା ରହିଥିଲା। ଏହା ନିଶ୍ଚିତ ଭାବେ ଭୁଲ୍ ଥିଲା। ବିଏମ୍‌ସି ମାର୍କେଟ୍ ଖୋଲିବାକୁ ଅନୁମତି ଦେବା ପରେ ଉକ୍ତ ତିନିଟି ଗୋଦାମର ମହାଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.