ଆକ୍ସନ ମୁଡ୍‌ରେ ଏନ୍‌ଆଇଏ

35

ଜମ୍ମୁ-କଶ୍ମୀରରେ ଟେରର ଫଣ୍ଡିଂ ଉପରେ NIA ରେଡ୍ କରିଛି । ଏହା ହେଉଛି ଟେରର ଫଣ୍ଡିଂ ମାମଲାରେ ଏହା NIAର ସବୁଠୁ ବଡ଼ ସଫଳତା ।୧୪ ଜିଲ୍ଲାର ୪୫ ଠିକଣାରେ ଚଢ଼ାଉ କରାଯାଇଛି । ସୂଚନା ଅନୁସାରେ ଜମାତ୍ ସ୍ବାସ୍ଥ୍ୟ ଏବଂ ଶିକ୍ଷା ନାଁରେ ପାକିସ୍ତାନର ଗୁଇନ୍ଦା ବିଭାଗଠାରୁ ଟଙ୍କା ଗ୍ରହଣ କରୁଥିଲା । ଏ ସବୁ ଟଙ୍କା ଦୁବାଇ ଓ ତୁର୍କୀ ପରି ଦେଶରୁ ଆସୁଥିଲା । ଚଢାଉ ବେଳେ ଜମାତ୍-ଇ-ଇସଲାମୀର ଠିକଣା ବି ରହିଛି । ଶ୍ରୀନଗର, ବଡ଼ଗାଓଁ, ବାରାମୂଳା, କୁପୱାଡ଼ା ପରି ଜିଲ୍ଲାରେ ଚାଲିଛି ଚଢ଼ାଉ ଅଭିଯାନ । ଏହି କେନ୍ଦ୍ର ଉପରେ ୨୦୧୯ରେ ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲା ।
ଘାଟୀରେ ଧାରା ୩୭୦ ହଟିବା ପରେ ପଥରବାଜ ଓ ଆତଙ୍କୀ ଗତିବିଧିରେ କିଛିଟା ବିରାମ ଲାଗିଛି । ଏହାରି ଭିତରେ ଏଭଳି କାରବାର ଉପରେ କଡ଼ା ନଜର ରଖାଯାଉଛି

Leave A Reply

Your email address will not be published.