ସଲମାନଙ୍କ ଭଉଣୀ ଅର୍ପିତାଙ୍କ ହୀରା କାନଫୁଲ ଚୋରି !

51

ଚୋରି ହେଲା ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ହୀରା କାନଫୁଲ। ଅର୍ପିତାଙ୍କ ଘରୁ ତାଙ୍କ କାନଫୁଲ ଚୋରି ହୋଇଥିବା ଜଣାପଡ଼ିଛି। କାନଫୁଲର ମୂଲ୍ୟ ୫ଲକ୍ଷ ଥିବା ବେଳେ ଏବେ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିବା କୁହାଯାଉଛି।

କାନଫୁଲ ଚୋରି ହେବା ପରେ ଅର୍ପିତା ତୁରନ୍ତ ପୁଲିସକୁ ଏବିଷୟରେ ସୂଚନା ଦେଇଥିଲେ। ନିଜ ଏତଲାରେ ଅର୍ପିତା କହିଥିଲେ ଯେ, ତାଙ୍କ ମେକଅପ ଟ୍ରେରେ ହୀରା କାନଫୁଲ ରଖାଯାଇଥିଲା, ଯାହାର ମୂଲ୍ୟ ଥିଲା ୫ଲକ୍ଷ। ହେଲେ ଟ୍ରେରୁ ଏବେ କାନଫୁଲ ଗାଏବ ହୋଇଯାଇଛି। ତେବେ ଅର୍ପିତାଙ୍କ ଘରୁ ମେ’ ୧୬ରେ ହୀରା କାନଫୁଲ ଚୋରି ହୋଇଥିବା ବେଳେ ସେହି ଦିନ ରାତି‌ରେ ପୁଲିସ ତଦନ୍ତ କରି ଚୋରକୁ ଗିରଫ କରିଥିବା ଜଣାପଡ଼ିଛି।

ମୁମ୍ବାଇର ଖାର୍ ପୁଲିସ ଜଣେ ୩୦ବର୍ଷୀୟ ବ୍ୟକ୍ତିଙ୍କୁ ଚୋରି କରିଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ସନ୍ଦୀପ ହେଗଡେ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ବିଲେ ପାର୍ଲେ ପୂର୍ବର ଅମ୍ବେବାଡିର ବାସିନ୍ଦା। ସେ ଅର୍ପିତାଙ୍କ ଘରେ ହାଉସ କିପିଂ କାମ କରୁଥିଲେ। ଏବେ ତାଙ୍କୁ ଗିରଫ କରିବା ସହ ପୁଲିସ ତାଙ୍କ ଘରୁ ହୀରା କାନଫୁଲ ଜବତ କରିନେଇଛି।

Comments are closed, but trackbacks and pingbacks are open.