ଭାରତ ର ଅନୁମତି ପାଇଲା ଜନସନ ଆଣ୍ଡ ଜନସନ ଟିକା

27

ଆମେରିକାନ ଟିକା ଜନସନ୍ ଆଣ୍ଡ ଜନସନକୁ ଭାରତ ସରକାର ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦୁଇ ଦିନ ତଳେ ଜନସନ ଆଣ୍ଡ ଜନସନ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଏହି ଟିକାର ବିଶେଷତ୍ୱ ହେଲା ଏହା ସିଙ୍ଗେଲ୍ ଡୋଜ। ଏହି ଟିକାକୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାର ୪ଟି ଟିକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଭାରତରେ ବ୍ୟତୀତ ଆମେରିକା, ବ୍ରିଟେନ ସମେତ ଅନେକ ଦେଶର ଏବେ ଏହି ଟିକା ବ୍ୟବହାର ହେଉଛି। ମେ ମାସର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ୍‌ ଟିକାର ୨୦ ମିଲିୟନ ଡୋଜ୍‌ ମଗାଇଥିଲେ। ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ୮୫% ସକ୍ଷମ ବୋଲି ମାନବ ପରୀକ୍ଷଣରୁ ଜଣାପଡ଼ିଛି।

ଜନସନ ଆଣ୍ଡ ଜନସନ ଟିକା ଅନ୍ୟ ଟିକା ଭଳି ଅତ୍ୟନ୍ତ କମ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ। ଏହି ଟିକା ଥରୁଟିଏ ଦିଆଯିବ। ସୂଚନାଯୋଗ୍ୟ, ଦେଶରେ ୫କୋଟି ରୁ ଉର୍ଧ୍ଵ ଲୋକ କରୋନା ଟିକା ନେଇ ସାରିଥିଲେ ମଧ୍ୟ ,ଟୀକା ନେବା ପାଇଁ ଅଧିକ ସଂଖ୍ୟାର ଲୋକ ବାକି ରହିଛନ୍ତି। ମୁଖ୍ୟତଃ ଦୁଇଟି ଟିକା ନେଲେ ଟିକାକରଣ ସମ୍ପୂର୍ଣ୍ଣ ହେଉଥିବାରୁ ଟିକାକରଣ ପ୍ରକ୍ରିୟା ଧିମା ରହିଛି। ତେଣୁ ଏହି ସିଙ୍ଗେଲ ଡୋଜ ଟିକା ଏବେ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଶେଷ କରିବାରେ ଏକ ବଡ଼ ଅସ୍ତ୍ର ସାଜିବ ବୋଲି କୁହାଯାଉଛି।

Leave A Reply

Your email address will not be published.