ଅଲିମ୍ପିକ ରେ ଇତିହାସ ରଚିଲେ ନିରଜ ଚୋପ୍ରା ୧୩ ବର୍ଷ ପରେ ଭାରତ କୁ ଦେଲେ ସ୍ଵର୍ଣ

25

ଇତିହାସ ରଚିଲେ ନୀରଜ ଚୋପ୍ରା। ଜାଭେଲିନ ଥ୍ରୋ ରେ ଜିତିଲେ ସ୍ଵର୍ଣ୍ଣ। ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ସ୍ଵର୍ଣ୍ଣିମ ଅଧ୍ୟାୟ। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ ପଦକ ମିଳିଛି। ପ୍ରଥମ ପ୍ରୟାସରେ ନୀରଜ ୮୭.୦୩ ମିଟର ଫିଙ୍ଗି ଥିଲେ। ଏହା ପରେ ଦ୍ଵିତୀୟ ପ୍ରୟାସରେ ନିଜର ଦମଦାର ପ୍ରଦର୍ଶନକୁ ଦୋହରାଇ ୮୭.୫୮ ମିଟର ଫିଙ୍ଗିଥିଲେ। ତୃତୀୟ ପ୍ରୟାସରେ ସେ ୭୬.୭୯ ମିଟର ଫିଙ୍ଗିଥିଲେ। ନୀରଜଙ୍କ ୮୭.୫୮ ମିଟର ଫାଇନାଲରେ ଶୀର୍ଷରେ ଥିଲା।

ବେଜିଙ୍ଗ ଅଲିମ୍ପିକ ୨୦୦୮ ରେ ପ୍ରଥମ ଥର ପାଇଁ ଦିଗ୍ଗଜ ସୁଟର ଅଭିନବ ବିନ୍ଦ୍ରା ବ୍ୟକ୍ତିଗତ ପ୍ରତିଯୋଗିତା ରେ ସ୍ଵର୍ଣ ଜିତି ଥିଲେ I ଏଥିସହ ଦ୍ଵିତୀୟ ଖେଳାଳି ଭାବେ ବ୍ୟକ୍ତିଗତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ତାଙ୍କର ଏହି ସଫଳତା ପରେ ଭାରତ ନିଜର ଅଲିମ୍ପକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏଥିସହ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ଟି ପଦକ ଜିତିବାରେ ସଫଳ ହୋଇଛି। ଭାରତ ଖାତାରେ ଗୋଟିଏ ସ୍ଵର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରୋଟି କାଂସ୍ୟ ପଦକ ଆସିଛି।

ନୀରଜ ପ୍ରଥମ ପ୍ରୟାସରେ ୮୭.୦୩ ମିଟର ଦୂରତା ହାସଲ କରିଥିବା ବେଳେ ଦ୍ୱିତୀୟ ପ୍ରୟାସରେ ୮୭.୫୮ ମିଟର ଅତିକ୍ରମ କରିଥିଲେ । ରୌପ୍ୟ ପଦକ ହାସଲ କରିଥିବା ଜାକୁବ୍ ୮୬.୬୭ ମିଟରର ଦୂରତ୍ୱ ହାସଲ କରିଥିବା ବେଳେ ବ୍ରୋଞ୍ଜ ହାସଲ କରିଥିବା ଭେସଲେ ୮୫.୪୪ ମିଟର ଦୂରତ୍ୱ ଛୁଇଁଛନ୍ତି । ପାକିସ୍ତାନୀ ଆଥଲେଟ ଅର୍ଶଦ ନଦୀମ୍ ୮୪.୬୨ ମିଟର ସହିତ ପଞ୍ଚମ ସ୍ଥାନରେ ରହିଥିଲେ ।

ନୀରଜ ଚୋପ୍ରା ହରିୟାଣାର ପାନିପତ ଜିଲ୍ଲାର ଖାନ୍ଦ୍ରା ଗାଁର ବାସିନ୍ଦା। ୧୯୯୭ ଡିସେମ୍ବର ୨୪ରେ ନୀରଜ ଏକ ଚାଷୀ ପରିବାରରେ ହୋଇଥିଲା। ସେ ଚଣ୍ଡିଗଡରେ ଡିଏଭି କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ୨୦୧୬ରେ ପୋଲାଣ୍ଡରେ ହୋଇଥିବା ଆଇଏଏଏଫ ଚାମ୍ପିଅନଶିପରେ ୮୬.୪୮ ମିଟର ଦୂର ଫିଙ୍ଗି ନୀରଜ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ସେନାରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.