ସପିଂ ମଲରେ ଭୟଙ୍କର ଗୁଳିକାଣ୍ଡ; ୮୯ଜଣଙ୍କର ମୃତ୍ୟୁ

22

ୱାଶିଂଟନ: ଆମେରିକାରେ  ପୁଣି ଫୁଟିଲା ଗୁଳି । ଦୁର୍ବୃର୍ତ୍ତଙ୍କ ଆଖିବୁଜା ଗୁଳିମାଡରେ ଥରିଲା ଟେକ୍ସାସ ସହର । ଟେକ୍ସାସର ଏକ ସପିଂ ମଲରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏଥିରେ ୮୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷେ ପୋଲିସର ପ୍ରତି ଆକ୍ରମଣରେ ଶୁଟରର ବି ମୃ୍ତ୍ୟୁ ଘଟିଛି । ୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହ ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖୁବ ଭୟଙ୍କର ଏ ଦୃଶ୍ୟ । ରକ୍ତାକ୍ତ ଶରୀରମାନ ଚଟାଣରେ ଗଡୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଆତଙ୍କୀକୁ ମଧ୍ୟ ଦେଖିବାକୁ ମିଳିଛି ।

କାଲିନ କାଉଣ୍ଟିର ପ୍ରମୁଖ ଅଧିକାରୀଙ୍କ କର୍ଯାଳୟ ପକ୍ଷରୁ ଏହି ଗୁଳିକାଣ୍ଡ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ଘଟଣାରେ ମୃତାହତ ଲୋକଙ୍କ ସୂଚନା ମଧ୍ୟ ଦିଆଯାଇଛି ।କିଛି ଲୋକ ମଲ ଭିତରେ ଫସି ରହିଥିବା ମଧ୍ୟ କୁହାଯାଇଛି । ସେମାନଙ୍କର ଅବସ୍ଥା କିପରି ଅଛି ଜଣାପଡି ନାହିଁ ।

Comments are closed, but trackbacks and pingbacks are open.