ଅଲିମ୍ପିକ୍ସରେ ରୌପ୍ୟ ନିଶ୍ଚିତ କଲେ ରବି

22

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି।ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ହେଁ ରବି କୁମାର ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ରେସଲିଂରେ ଭାରତର ଏହା ପ୍ରଥମ ପଦକ। ଏହାସହ ୨୦୧୨ ପରେ ରବି କୁମାର ଭାରତକୁ ପୁରୁଷ ରେସଲିଂ ବର୍ଗରେ ପଦକ ଦେଇଛନ୍ତି। ୨୦୧୨ ଲଣ୍ଡନ ଗେମ୍ସରେ ଭାରତର ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ପଦକ ଜିତିଥିଲେ। ସେହିପରି ଗତ ସଂସ୍କରଣରେ ସାକ୍ଷୀ ମଲିକ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରୌପ୍ୟ ପଦକ ବିଜେତା ରବି ଦାହିୟାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବାରୁ ଦେଶ ଗର୍ବିତ । କଠିନ ପରିଶ୍ରମ ଏବଂ ପରିସ୍ଥିତିକୁ ସାମ୍ନା କରିବା ସହ ବିଜୟ ହାସଲ କରିବା ବେଶ ଖୁସିର ବିଷୟ । ବୃହତ ବିଜୟ ପାଇଁ ଅଭିନନ୍ଦନ ଏବଂ ଦେଶବାସୀଙ୍କ ପାଇଁ ମେଡାଲ ଆଣିଥିବାରୁ ଅଭିନନ୍ଦନ ।’

ରବି ଦାହିୟାଙ୍କ ରୌପ୍ୟ ପଦକ ବିଜୟ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ମୋଦି କହିଛନ୍ତି, ‘ରବି କୁମାର ଦାହିୟା ଜଣେ ଚମତ୍କାର କୁସ୍ତି ଯୋଦ୍ଧା । ତାଙ୍କ ଲଢେଇର ଭାବନା ଏବଂ ତପ ବେଶ ଉତ୍କୃଷ୍ଟ ଥିଲା । ଟୋକିଓ ଅଲିମ୍ପିକ ୨୦୨୦​‌ରେ ରୌପ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ଦେଶବାସୀ ରବିଙ୍କ ଉପଲବ୍ଧିକୁ ନେଇ ଗର୍ବିତ ।’

Leave A Reply

Your email address will not be published.