ମିଳିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁରାତନ ଫାଇଲ

17

(ବିଧି ବିଭାଗ ଓଡ଼ିଶା ସରକାର)

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସଂପର୍କିତ ଦୁଇଗୋଟି ପୁରାତନ ଫାଇଲ୍‌ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ । ଏହି ଦୁଇଗୋଟି ପୁରୁଣା ରୁଟିନ୍‌ ଫାଇଲ୍‌ ବହୁ ପୁରାତନ ହୋଇଥିବା ଯୋଗୁଁ ଏବଂ ପୁରୁଣା ଫାଇଲ୍‌ ମଧ୍ୟରେ ମିଶିଯିବା ଦ୍ୱାରା ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲ୍‌କୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲ । । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ଏହି ଦୁଇଗୋଟି ଫାଇଲ ମିଳି ଯାଇଛି ଏବଂ ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ୍‌ ଥିଲା ଏବଂ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ।

Comments are closed, but trackbacks and pingbacks are open.