ଧର୍ମଗଡ଼ ପୁଲିସ୍‌ ବିଭାଗ ଉପରେ 5T ର ନାଲି ଆଖି ନିଲମ୍ବିତ ହେଲେ ୪ ପୁଲିସ୍‌ କର୍ମଚାରୀ

0 121

ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୁଲିସ୍‌ । ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ ASI ସନ୍ତୋଷ ସାହୁ, ଦୁଇ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସ ଯବାନ ଦେବରାଜ ନାୟକ । ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗ୍ରାମର ଘାସିରାମ ମାଝୀ ଏକ ଜମିଜମା କେସ୍‌ ପାଇଁ ଥାନାକୁ ଦୌଡ଼ୁଥିଲେ। ମାତ୍ର ଘଟଣାର ସମାଧାନ ପାଇଁ ପୁଲିସ୍‌ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଘାସିରାମ ମୋ ସରକାର ଫୋନ୍‌ ନମ୍ବରରେ କଲ୍‌ କରି ପୂରା ଘଟଣା ଜଣାଇଥିଲେ। ପରେ ମୋ ସରକାର 5T ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ଉକ୍ତ ୪ ପୁଲିସ୍‌ କର୍ମୀଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.