‘ଏଲନ ମସ୍କ’ ପ୍ରଥମେ ଫଲୋ କଲେ, ତା ପରେ ବିବାଦକୁ ଟାଣିଲେ !

25

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କରି ଚର୍ଚ୍ଚାକୁ ବଢ଼ାଇଦେଲେ। ଏବେ ଭାରତରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ଭଳି ବିବାଦୀୟ କଥା କହି କେନ୍ଦ୍ରର ବିଜେପି ସରକାରକୁ କାଠଗଡାରେ ଛିଡା କରାଇଦେଲେ। ଟ୍ୱିଟର ମାଲିକ ତଥା ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ ଅଳ୍ପଦିନ ବ୍ୟବଧାନରେ ଦୁଇଟି ପ୍ରମୁଖ କାର୍ଯ୍ୟକୁ ନେଇ ଏବେ ଭାରତରେ ଜୋରଦାର ଚର୍ଚ୍ଚା।

ବହୁ କମ ସଂଖ୍ୟକ ଲୋକଙ୍କୁ ଫଲୋ କରୁଥିବା ମସ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟରରେ ଫଲୋ କରିବା ପରେ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଏହି ପ୍ରସଙ୍ଗରେ ସାରା ବିଶ୍ୱରେ ମୋଦିଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏଲନ ମସ୍କଙ୍କ ଆଉ ଏକ ମନ୍ତବ୍ୟ ଦେଶରେ ଝଡ଼ ସୃଷ୍ଟି କରିଛି। ଦେଶରେ ସମ୍ପୂର୍ଣ୍ଣ ବାକ ସ୍ୱାଧୀନତା ସମ୍ଭବ ନୁହେଁ ବୋଲି କହି ଏଲନ କେନ୍ଦ୍ରର ବିଜେପି ସରକାର ଉପରେ ପ୍ରଶ୍ନ ଚିନ୍ହ ଲଗାଇଦେଇଥିବା କୁହାଯାଉଛି।

ବିଜେପି ସରକାର ଗଣତନ୍ତ୍ର, ବାକ ସ୍ୱାଧୀନତାକୁ ହତ୍ୟା କରୁଥିବା ବିରୋଧୀ ଦଳଗୁଡିକ ଅଭିଯୋଗ କରି ଆସୁଛନ୍ତି। ଏପରିକି ସତ କଥା କହିଲେ ବିରୋଧୀଙ୍କ ସ୍ୱର ଚାପିଦେବାକୁ ସବୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି। ରାହୁଲ ଗାନ୍ଧୀ ଆଦାନି ପ୍ରସଙ୍ଗରେ କଥା ଉଠାଇବାରୁ ଯୋଜନାବଦ୍ଧ ଭାବେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଗଲା ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିବିସିକୁ ଦେଇଥିବା ଏକ ଇଣ୍ଟରଭିଉରେ ଏଲନଙ୍କ ଏଭଳି ମନ୍ତବ୍ୟ ଦେଶ ବିଦେଶରେ ଚର୍ଚ୍ଚାକୁ ବହୁଗୁଣିତ କରିଛି।

ଦେଶର ଗଣତନ୍ତ୍ର ବିପଦରେ ବୋଲି ରାହୁଲ ଗାନ୍ଧୀ ବିଦେଶରେ କହିବା ପରେ ତାଙ୍କୁ ବିଜେପି ଘେରି ଆସୁଛି। ଏପରିକି ଏହି ପ୍ରସଙ୍ଗ ପରେ ରାହୁଲଙ୍କୁ ଏଭଳି ଦଶା ଭୋଗିବାକୁ ପଡୁଛି। ଯାହାକୁ ନେଇ ସାରା ଦେଶର ଅନୁକୋଣରେ ଚର୍ଚ୍ଚା। ଠିକ ଏଭଳି ସମୟରେ ମସ୍କଙ୍କ ମନ୍ତବ୍ୟ ବିଜେପିକୁ ଅଡୁଆରେ ପକାଇଥିବା କୁହାଯାଇଛି।

Comments are closed, but trackbacks and pingbacks are open.