ୟୁପିଆଇ ପେମେଣ୍ଟ ପାଇଁ ଦେବାକୁ ପଡିବ ଶୁଳ୍କ!

27

ୟୁପିଆଇ ପେମେଣ୍ଟ ପାଇଁ ଦେବାକୁ ପଡିବ ଶୁଳ୍କ! ୨୦୦୦ ଟଙ୍କାରୁ ଅଧିକ ପେମେଣ୍ଟ କଲେ ଲାଗିବ ଚାର୍ଜ
। ୟୁପିଆଇ ଏବେ ସାରାଦେଶରେ ବେଶ ଲୋକପ୍ରୀୟ । ଲୋକମାନେ କ୍ୟାଶ କାରବାର ଡିଜିଟାଲ ନେଣ ଦେଣ ବେଶି ପସନ୍ଦ କରୁଛନ୍ତି । ଏହି ଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନଥିଲା କିନ୍ତୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ । ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି ।

ଜାରି କରାଯାଇଥିବା ସର୍କୁଲାର ମୁତାବକ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । ଆପଣ ଯଦି ଏପ୍ରିଲ ୧ ତାରିଖ ପରେ ୨ ହଜାର ଟଙ୍କାରୁ ଅଧିକ ଟଙ୍କାର କୌଣସି ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୧.୧ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିପାରେ ।

ଗତ କିଛି ବର୍ଷ ଧରି ଏହି କମ୍ପାନୀମାନେ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଦାବି କରିଆସୁଥିଲେ । ପିପିଆଇ ଚାର୍ଜ ନ ଲାଗିଲେ, କମ୍ପାନୀମାନଙ୍କର ରାଜସ୍ୱ ହାନି ହେଉଥିବା ସେମାନେ ଅଭିଯୋଗ କରିଥିଲେ । ତେଣୁ ଏପ୍ରିଲ ୧ ତାରିଖରୁ ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗିବା ଖବର ପେମେଣ୍ଟ କମ୍ପାନୀଙ୍କ ପାଇଁ ଏକ ଆଶ୍ୱସ୍ତି ଆଣିଛି ।

Comments are closed, but trackbacks and pingbacks are open.