କଂଗ୍ରେସକୁ ସମର୍ଥନ କଲେ ୧୧ଟି ବିରୋଧୀ ଦଳ

23

ସରଗରମ ହେଉଛି ରାଜ୍ୟ ରାଜନୀତି । ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଇବା ପାଇଁ ସୋମବାର ଦିନ କଂଗ୍ରେସ ସମେତ ରାଜ୍ୟର ୧୧ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି । ରାଜଧାନୀସ୍ଥିତ ରାଜ୍ୟ ଅତିଥି ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଜେପି ଶାସନ କାଳରେ ଦେଶ ଆଜି ଘୋର ସଂକଟ ଦେଇ ଗତି କରୁଛି । ବିଜେପି ଓ ଆଦାନି ମଧ୍ୟରେ ସଂପର୍କରେ ସଂସଦରେ ଉତ୍‌ଥାପନ କରିବା ଲାଗି ରାହୁଲ ଗାନ୍ଧିଙ୍କୁ ସୁଯୋଗ ଦିଆଗଲା ନାହିଁ । ତାଙ୍କର ସଭ୍ୟ ପଦ ରଦ୍ଦ କରିଦିଆଗଲା ।

ଏହି ଘଟଣାକୁ ବିରୋଧୀ ଦଳ ନେତୃବୃନ୍ଦମାନେ ନିନ୍ଦା କରିବା ସହିତ ଆଗାମୀ ଦିନରେ ମୋଦୀ ଓ ଆଦାନିଙ୍କ ଅସଲ ଚେହେରା ଖୋଲିବା ପାଇଁ ଜନଆନ୍ଦୋଳନ କରାଯିବ । ରାଜ୍ୟର ୫ଟି ମୁଖ୍ୟ ସ୍ଥାନମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ସଭା କରାଯିବ । ପରବର୍ତୀ ସମୟରେ ଏ ଆନ୍ଦୋଳନକୁ ପ୍ରତ୍ୟେକ ପଞ୍ଚାୟତସ୍ତରକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାମାସ ୧୪ ତାରିଖ ଆମ୍ବେଦକର ଜୟନ୍ତୀରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା

Comments are closed, but trackbacks and pingbacks are open.