ସିବିଏଫସି ସାର୍ଟିଫିକେଟ ପାଇଲା ଫିଲ୍ମ ‘ଭୋଲା’

28

ମାର୍ଚ୍ଚ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୋଲା’ । ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପକ୍ଷରୁ ‘ଏ’ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ଫିଲ୍ମର ପୁରା ଟିମ୍ ଖୁସି ଥିବା ଜଣାଯାଇଛି ।

ଏହି ଫିଲ୍ମରେ ଅଜୟ ଅଭିନେତା ଭାବେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏଥିରେ ଅଜୟଙ୍କ ସହ ତବୁଙ୍କୁ ପୁଣି ଥରେ ଦେଖିବାକୁ ମିଳିବ । ଏହି ଅନ୍‌-ସ୍କ୍ରିନ୍ ହିଟ୍ ଯୋଡ଼ିି ନିକଟରେ ‘ଦୃଶ୍ୟମ୍ ୨’ ରେ ସ୍କ୍ରିନ ସେୟାର୍ କରିଥିଲେ । ଏହି ଯୋଡ଼ିକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥାନ୍ତି । ତେଣୁ ଏହି ଫିଲ୍ମ ରିଲିଜ୍‌କୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ।

ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ଜୋରସୋର ଚାଲିଛି । ଏହା ଦୃଶ୍ୟମ ୨କୁ ରେକର୍ଡ଼କୁ ଭାଙ୍ଗିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଫିଲ୍ମ ‘ଭୋଲା\’ରେ ତବୁ ଏବଂ ଅଜୟ ଦେବଗନଙ୍କ ବ୍ୟତୀତ ଅମାଲା ପାଲ, ଦୀପକ ଡୋବ୍ରିଆଲ, ସଞ୍ଜୟ ମିଶ୍ର ଏବଂ ଗଜରାଜ ରାଓ ପ୍ରମୁଖ ଅଭିନୟ କରିଛନ୍ତି ।

Comments are closed, but trackbacks and pingbacks are open.