ଜୟା କିଶୋରୀଜୀଙ୍କୁ ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ଆୟ ସମ୍ପର୍କରେ

38

ପ୍ରଶିଦ୍ଧ ପ୍ରବଚକ ଜୟା କିଶୋରୀଜୀଙ୍କୁ କିଏ ବା ନ ଚିହ୍ନେ। ତାଙ୍କର ପ୍ରେରଣା ଦାୟକ ପ୍ରବଚନ ଓ ଶ୍ରୀମଦ ଭାଗବଦଗୀତା ପାଠ ଲାଗି ସାରା ଦେଶରେ ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି । ଲୋକେ ତାଙ୍କର ଖାଦ୍ୟ, ପେୟ, ଫେସନ ଷ୍ଟାଇଲ, ସ୍ପିଚ୍, ପାଠ ପଢା ଓ ଆୟ ସମ୍ପର୍କରେ ଜାଣିବା ଲାଗି ଉତ୍ସୁକ ଅଛନ୍ତି। ପ୍ରାୟ ଲୋକେ ଜାଣିବାକୁ ଚାହାଁନ୍ତି ତାଙ୍କର ଆୟର ସ୍ରୋତ କଣ ଓ ସେଥୁରୁ ସେ କେତେ ଆୟ କରିପାରୁଛନ୍ତି। ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା।

ସର୍ବ ପ୍ରଥମେ ତାଙ୍କର ଆୟର ସ୍ରୋତ ସମ୍ପର୍କରେ ଜାଣିବା। ସେ ସାରା ଦେଶରେ ଶ୍ରୀମଦଭାଗବଦ୍ ଗୀତା ପାଠ କରିଆସୁଛନ୍ତି। ତା ବଦଳେ ତାଙ୍କର ବେଶ ମୋଟା ରକମର ଆୟ ହେଉଛି। ଏହା ଛଡା ସେ ମୋଟିଭେସନାଲ ସ୍ପିଚ୍ ମଧ୍ଯ ଦିଅନ୍ତି। ଏଥୁରୁ ମଧ୍ୟ ତାଙ୍କର ବେଶ ଆମଦାନୀ ହୋଇଥାଏ। ସେ ଜଣେ ଭଜନ ଗାୟିକା ମଧ୍ଯ ତାଙ୍କର ଅନେକ ଭିଡିଓ ରିଲିଜ ହୋଇଛି। ଯାହାକୁ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲରେ ଦେଖ୍ ପାରିବେ। ଏହା ଛଡା ତାଙ୍କୁ ବଡ ବଡ ଉତ୍ସବକୁ ମଧ୍ୟ ଆମନ୍ତ୍ରିତ କରାଯାଏ। ଏଥିଲାଗି ମଧ୍ୟ ତାଙ୍କୁ ପାରିତୋଷିକ ମିଳିଥାଏ ତାଙ୍କର ଫସ୍ କଥା ଉଠିଲେ ସେ କରୁଥିବା ନାନି ବାଇ ମାୟରା ଓ ଗୀତାପାଠ ଲାଗି ସେ ୯ ଲକ୍ଷ ୫୦ ହଜାର ଟଙ୍କା ଦାବି କରିଥାନ୍ତି। ତାଙ୍କ ସର୍ଭେ ମୁତାବକ ଅଗ୍ରୀମ ରୁପେ ଅଧା ଅର୍ଥ ଓ କାର୍ଯ୍ୟକ୍ରମ ସରିଲେ ବାକି ଅର୍ଥ ପୂର୍ଣ୍ଣ ପୈଠ ହୋଇଥାଏ। ଏହି ଭଳି କାର୍ଯ୍ୟକ୍ରମରୁ ସେ ବାର୍ଷିକ ପାଖାପାଖୁ ୨ କୋଟି ଟଙ୍କା ଆୟ କରିଥାନ୍ତି। ଏହି ଆୟର ଏକ ବଡ ଅଂଶ ସେ ଜୟପୁରସ୍ଥିତ ନାରାୟଣ ସେବା ସଂସ୍ଥାନକୁ ଦାନ କରିଥାନ୍ତି।

ସେ ୭ ବର୍ଷ ବୟସରେ କୋଲକାତାରେ ଅନୁଷ୍ଠିତ ବସନ୍ତ ମହୋତ୍ସବରେ ଏକାକୀ ସୁନ୍ଦରାକାଣ୍ଡ ପାଠ କରିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ତାଙ୍କ ସଫଳତାର ଯାତ୍ରା ଏବେବି ଜାରି ରହିଛି। ସେ ତାଙ୍କ ବିବାହକୁ ନେଇ ସ୍ପଷ୍ଟ ରାୟ ରଖନ୍ତି। ସେ ଭଗବାନ କୃଷ୍ଣଙ୍କୁ ଜୀବନରେ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି। ତାଙ୍କ ବୟସ ଏବେ ୨୮ ବର୍ଷ ଓ ସେ ବିବାହ ନିଶ୍ଚିତ କରିବେ । ତାଙ୍କର ଯେବେ ବିବାହ ହେବ ସମସ୍ତେ ନିଶ୍ଚିତ ଜାଣିବେ ବୋଲି କହିଛନ୍ତି।

Comments are closed, but trackbacks and pingbacks are open.