କେଜ୍ରିୱାଲଙ୍କୁ ଜେରା କରିବ ଇଡି !

21

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢିଲା ଅଡୁଆ । ଏହି ମାମଲାର ଯାଂଚ କରୁଥିବା ଇଡି ଏବେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଜେରା ପାଇଁ ନୋଟିସ କରିଛି । ଇଡି କହିଛି କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅବକାରୀ ଦୁର୍ନୀତି ମାମଲାରେ କିଛି ପ୍ରଶ୍ନ ପଚରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି ।

ଏହି ମାମଲାର ଯାଂଚ ଇଡି ଓ ସିବିଆଇ ମିଳିତ ଭାବେ କରୁଛନ୍ତି । ସିବିଆଇ ତରଫରୁ ରୁଜୁ କରାଯାଇଥିବା ଏଫଆଇଆର ଆଧାରରେ ଇଡି ଅର୍ଥ ହେରଫେର କ୍ରମରେ ଯାଂଚ କରୁଛି । ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି । ଏହାସହ ସିବିଆଇ ଓ ଇଡି ମିଳିତ ଭାବେ ଏହି ମାମଲାରେ ଆମ୍ ଆଦମୀ ପାର୍ଟିର ଦୁଇଜଣ ବଡ ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଉପରେ ଅଭିଯୋଗ ଆଣିଛି । ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଥିବା ବେଳେ ସିବିଆଇ ବାରମ୍ବାର ମନୀଷ ସିସୋଦିଆଙ୍କୁ ନୋଟିସ କରିବାରେ ଲାଗିଛି ।

ସେପଟେ ଦିଲ୍ଲୀ ଉପ ରାଜ୍ୟପାଳ ଗୁଇନ୍ଦା ସଂସ୍ଥା ମାଧ୍ୟମରେ ରାଜନୈତିକ ସୂଚନା ଯୋଗାଡ କରିବା ମାମଲାରେ ସିବିଆଇ ଯାଂଚ ପାଇଁ ଅନୁରୋଧ କରିଥିଲେ । ଉପ ରାଜ୍ୟପାଳଙ୍କ ଏହି ଅନୁରୋଧକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅନୁମତି ଦେଇଛି । ଏବେ ଏହି ମାମଲାରେ ସିବିଆଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Comments are closed, but trackbacks and pingbacks are open.