କଣ ଥିଲା ସର୍ଜିକାଲ ଷ୍ଟ୍ରାଇକ ର ସତ ?

17

ଥରି ଉଠିଥିଲା ଶତ୍ରୁଙ୍କ ଶିବିର । ରାତିରେ ପାକିସ୍ତାନ ମାଟିରେ ପାନେ ପାଇଥିଲେ ଆତଙ୍କବାଦୀ l ଖଣ୍ଡବିଖଣ୍ଡିତ ହୋଇ ମାଟିରେ ମିସେଇଥିଲେ ମୃତ୍ୟୁର ସୌଦାଗର l ରକ୍ତର ବଦଲା ରକ୍ତରେ ନେଇଥିଲା ହିନ୍ଦୁସ୍ତାନ l ଵିଶ୍ଵ ଦେଖିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକି l ଶୈତାନଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକି l ଆତଙ୍କୀ ଦେଖିଥିଲା ଯବାନଙ୍କ ଜୋସ l

୧୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ଉରୀ ଉତ୍ତର କାଶ୍ମୀରର ବାଡମୁଲା ଜିଲ୍ଲାରେ ସେନାର ବେଶ କ୍ୟାମ୍ପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ l ସେଇ ସୈତାନ ଶତ୍ରୁ ନିଦରେ ସୋଇଥିବା ଆମ ଯବାନ ମାନଙ୍କୁ ହତ୍ୟା କରିଥିଲେ l ଶୋକରେ ବୁଡିଥିବା ଆମ ଭାରତୀୟଙ୍କ ମନରେ ସେତେବେଳେ ଜୋଶ ଭରିଥିଲା ଯେତେବେଳେ ପ୍ରଧାନ ମନ୍ତ୍ରୀ କହିଥିଲେ ବ୍ୟର୍ଥଯିବନି ଆମ ଯବାନଙ୍କ ବଳିଦାନ l ସବୁବେଳେ ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ ଏବେ ଚୁପ ବସିବନି କାରଣ ଇୟେ ହଉଛି ନୂଆ ଭାରତ ,”ଏ ଭାରତ ଶତ୍ରୁଙ୍କ ଘରେ ବି ପଶିବ ଏବଂ ବଳିଦାନର ବଦଲା ବି ନବ ” l

ଆତଙ୍କୀ ଦେଶରେ ଆତଙ୍କର ରାତି ବିଧ୍ୱଂସ ଲୀଳା ରଚିଥିଲେ ଭାରତୀୟ ଯବାନ l ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ l ଉରୀ ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ରାତିରେ ଆତଙ୍କୀଦେଶ ଭିତରେ ପଶି ଆତଙ୍କ ରଚିଥିଲେ ଭାରତୀୟ ସେନାର ବୀର ଯବାନ l ପ୍ରଥମ ସର୍ଜିକାଲ ଷ୍ଟ୍ରାଇକି ପାଇଁ ସେପ୍ଟେମ୍ବର ୨୪ ତାରିଖକୁ ଭାରତୀୟ ସେନା ରଣନୀତି ରଚିଥିଲା l ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଶିବିରକୁ ଧ୍ୱସଂ କରିବାକୁ ଭାରତର ଘାତକ କମାଣ୍ଡର ମାନେ ସେପ୍ଟେମ୍ବର ୨୮,୨୯ ମଧ୍ୟରାତିରେ କରିଥିଲେ ଭୟଙ୍କର ହମଲା l ଆଖିପିଛୁଳାକେ ଘଟିଯାଇଥିଲା ଆତଙ୍କୀ ଦେଶ ଆକାଶରେ ଆତଙ୍କର କଲା ବାଦଲ l ଗୋଟିଏ ପରେ ଗୋଟିଏ ଆତଙ୍କୀ ଶିବିରକୁ ଧ୍ୱସ କରିଦେଇଥିଲେ ବୀର ଯବାନ l ଖୋଜି ଖୋଜି ଜଣ ଜଣ କରି ସବୁ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ l ଆତଙ୍କବାଦିଙ୍କ ଦେଶରେ ଖେଳିଯାଇଥିଲା ଆତଙ୍କ l

ପାଖା ପାଖି ଦୁଇ ଘଂଟାର ସର୍ଜିକାଲ ଷ୍ଟ୍ରାଇକି ପରେ ପିଓକେ ଥିବା ସବୁ ଆତଙ୍କବାଦି ଶିବିରକୁ ଧ୍ୱଂସ କରି ଭାରତ ମାଟିକୁ ଫେରି ଆସିଥିଲେ ଭାରତର ବୀର ଯବାନ l ସେଇ ବୀର ଜବାନଙ୍କ ବିଧ୍ୱଂସ ଲୀଳାକୁ ମନେ ରଖିଛି ସୈତାନ ପାକିସ୍ତାନ l କେବଳ ପାକିସ୍ତାନ କାହିଁକି ସାରା ବିଶ୍ୱ ଦେଖିଥିଲା ଭାରତର ଶକ୍ତି l ସେବେଠାରୁ ସେପ୍ଟେମ୍ବର ୨୯ କୁ ସାହସୀ ବୀରଙ୍କ ପରାକ୍ରମଃ ରୂପରେ ମନେ ରଖିଛି ଭାରତ l ଏହି ଦିନେ ଆସିଲେ ପ୍ରତ୍ୟେକ ଭାରତୀୟଙ୍କ ଛାତି ଗର୍ବରେ ଫୁଲିଉଠେ କାରଣ ବୀର ଯବାନଙ୍କ ବୀରତ୍ୱର ଅଧ୍ୟାୟ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିଛି l

Comments are closed, but trackbacks and pingbacks are open.