ଦିଲ୍ଲୀ ଏମସିଡି ମେୟର ନିର୍ବାଚନରେ ବାଜମାତ୍ କଲା ଆପ୍‌

18

ଦିଲ୍ଲୀ ମହାନଗର ନିଗମ(ଏମସିଡି) ମେୟର ନିର୍ବାଚନରେ ଶେଷରେ ବାଜମାତ୍ କରିଛି ଆମ୍‌ ଆଦମୀ ପାର୍ଟି(ଆପ୍‌)। ୧୫ ବର୍ଷ ଧରି ଏମସିଡିରେ ବିଜେପିର ମେୟର ଥିଲେ। ତିନିଥର ହଟ୍ଟଗୋଳ ଯୋଗୁ ମେୟର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ଆପ୍‌ର ପ୍ରାର୍ଥୀ ଶୈଲୀ ଓବରୟ ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ପରାଜିତ କରିଛନ୍ତି। ମେୟର ନିର୍ବାଚନରେ ଆପ୍‌ର ପ୍ରାର୍ଥୀ ଶୈଲିଙ୍କୁ ୧୫୦ ଭୋଟ ମିଳିଛି, ସେଭଳି ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୧୧୬ ଭୋଟ୍ ମିଳିଛି।

ମେୟର ନିର୍ବାଚନ ପାଇଁ ବୁଧବାର ଗୃହରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଥିଲା। ଏହି ସମୟରେ ପୂର୍ବ ଅଧିବେଶନ ଭଳି କୌଣସି ବିରୋଧ ହୋଇନଥିଲା କିମ୍ବା ନାରାବାଜୀ ମଧ୍ୟ ହୋଇନଥିଲା। ପ୍ରାୟ ସାଢେ ୧୧ଟା ବେଳେ ହୋଇଥିବା ଭୋଟିଂ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ମେୟର ନିର୍ବାଚନରେ ଦିଲ୍ଲୀର ମୋଟ ୧୦ ମନୋନୀତ ସାଂସଦ, ୧୪ ମନୋନୀତ ବିଧାୟକ ଓ ୨୫୦ରୁ ୨୪୧ ନିର୍ବାଚିତ କାଉନସିଲର ଭୋଟ୍ ଦେଇଥିଲେ। କଂଗ୍ରେସର ୯ ନିର୍ବାଚନ କାଉନସିଲର ମେୟର ନିର୍ବାଚନକୁ ବହିଷ୍କାର କରିଥିଲେ।

ଏହା ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦାବି କରିଥିଲେ ଯେ ଯେ, ଆପ୍ ପ୍ରାର୍ଥୀ ଶୈଲୀ ଓବରାୟ ଦିଲ୍ଲୀର ମେୟର ହୋଇଯାଇଛନ୍ତି। ସିସୋଦିଆ ଟ୍ବିଟ୍‌ କରି କହିଥିଲେ, ଦିଲ୍ଲୀ ନଗର ନିଗମରେ ଆମ ଆଦମୀ ପାର୍ଟିର ମେୟର ନିର୍ବାଚନି ହୋଇଥିବାରୁ ସମସ୍ତ କର୍ମୀଙ୍କୁ ଅନେକ ଶୁଭେଛା। ଦିଲ୍ଲୀର ଜନତାଙ୍କୁ ପୁଣିଥରେ ହୃଦୟରୁ ଧନ୍ୟବଦା।

Comments are closed, but trackbacks and pingbacks are open.