ରାଜଧାନୀରେ ଗଡିବ ନାହିଁ ବାଇକ ଓ ଟ୍ୟାକ୍ସି !

24

ରାଜଧାନୀରେ ଗଡିବ ନାହିଁ ବାଇକ ଓ ଟ୍ୟାକ୍ସି ! ଦୁଇଚକିଆ ଯାମକୁ ସରକାର କଲେ ବ୍ୟାନ୍ ! ପ୍ରାଇଭେଟ୍ ଗାଡିକୁ ବ୍ୟବସାୟରେ ବ୍ୟବହାର କରିବା ଅପରାଧ ! ରାଜଧାନୀ ସଡକ ଉପରେ ଗଡିବ ନାହିଁ ବାଇକ ଟ୍ୟାକ୍ସି । ସରକାରଙ୍କ ତରଫରୁ ଦୁଇଚକିଆ ଯାନକୁ ଟ୍ୟାକ୍ସି ଆଇନ ମୁତାବକ ଚଳାଇବା ଉପରେ ବ୍ୟାନ୍ ଲଗାଇଛନ୍ତି । କେଜ୍ରିୱାଲ ସରକାରଙ୍କ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି କି, ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ ନେଇ ସରକାର ତୁରନ୍ତ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହା ପୂର୍ବରୁ ପରିବହନ ମନ୍ତ୍ରଣାଳୟ ତରଫରୁ ବାଇକୁ ଟ୍ୟାକ୍ସି ଆଧାରରେ ବ୍ୟବହାର କରିବାକୁ ନେଇ ଚେତାବନୀ ଦେଇଥିଲେ ।

ସରକାରଙ୍କ ତରଫରୁ କୁହାଯାଇଥିଲା କି, ଏଭଳି କରିବା ହେଉଛି ୧୯୮୮ ମୋଟରଯାନ ଆଇନର ସିଧା ଉଲଙ୍ଘନ । ଏଭଳି କଲେ କମ୍ପାନୀମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଦିଲ୍ଲୀ ଓ ମୁମ୍ବାଇ ଭଳି ବଡ ସହରରେ ଏବେ ବାଇକକୁ ଟ୍ୟାକ୍ସି ଭଳି ବ୍ୟବହାର କରିବା ସଂଖ୍ୟା ବଢିବାରେ ଲାଗିଛି । ଏଥିରେ ପ୍ରାଇଭେଟ ନମ୍ବର ଅର୍ଥାତ ଧଳା ନମ୍ବର ପ୍ଲେଟ ଥିବା ବାଇକକୁ ବ୍ୟବସାୟୀଙ୍କ ଉର୍ଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ସରକାର ଏହା ଉପରେ ଆପତ୍ତି ଉଠାଇଛନ୍ତି । ପରିବହନ ମନ୍ତ୍ରଣାଳୟ କହିଛି କି ଘରୋଇ ଦୁଇଚକିଆଯାନକୁ ଯାତ୍ରୀ ନେବା ଆଣିବାରେ ବ୍ୟବହାର କରାଯାଉଛି । ଏଥିରୁ ରୋଜଗାର ମଧ୍ୟ ହେଉଛି, ଯାହା କି ପୁରା ବ୍ୟବସାୟୀ ଉର୍ଦ୍ଦେଶ୍ୟରେ ବ୍ୟବାହର କରାଯାଉଛି । ଯାହାକି ୧୯୮୮ ମୋଟର ଯାନ ଆଇନର ଉଲଙ୍ଘନ ବୋଲି ଦିଲ୍ଲୀ ସରକାର କହିଛନ୍ତି । ପ୍ରାଇଭେଟ ଗାଡିକୁ ବ୍ୟବସାୟୀଙ୍କ ଉର୍ଦ୍ଦେଶ୍ୟରେ ବ୍ୟବହାର କରିବା ଆଇନତ ଅପରାଧ ।

ଏହା କରିବା ଦ୍ୱାରା ମୋଟର ଯାନ ଆଇନ ୧୯୮୮ର ଧାରା ୧୯୨ ଆଧାରରେ ଦଣ୍ଡ ବିଧାନ କରାଯାଇପାରିବ । ଏଭଳି କରୁଥିବା ଲୋକ କିମ୍ବା କମ୍ପାନୀ ଉପରେ ପ୍ରଥମଥର ଧରାପଡିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ । ଦ୍ୱିତୀୟଥର ଧରାପଡିଲେ ୧ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା । ଏହାସହ ଗାଡିକୁ ଜବତ କରାଯାଇପାରିବ ବୋଲି ଆଉନରେ ଉଲ୍ଲେଖ ରହିଛି ।

Comments are closed, but trackbacks and pingbacks are open.