ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣା; ସରକାରଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି

23

ଗତ ସପ୍ତାହରେ କୋରାପୁଟ ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୩୩ କିଲୋମିଟର ଚାଲିଥିଲେ। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ସାମୁଲୁ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ମାନବାଧିକାର କମିଶନ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଉପରେ ଏନଏଚଆରସି ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। କମିଶନ କହିଛନ୍ତି ଯେ ଫେବ୍ରୁଆରି ୮ ତାରିଖରେ କୋରାପୁଟର ଜଣେ ଗରିବ ଦାଦନ ଶ୍ରମିକ ସାମୁଲା ପାଙ୍ଗୀ, ତାଙ୍କ ସ୍ତ୍ରୀ ଆଇଡିଏ ଗୁରୁ ମୃତ୍ୟୁ ବରଣ କରିବା ପରେ ଶବକୁ କାନ୍ଧରେ ନେଇ ଅନେକ କିଲୋମିଟର ଚାଲି ଚାଲି ଯାଇଥିଲେ।

ଅସୁସ୍ଥ ପତ୍ନୀଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ସାଙ୍ଗିଭାଲାସା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପାଙ୍ଗୀ। କିନ୍ତୁ ସେଠାକାର ଡାକ୍ତର ତାଙ୍କୁ ଚିକିତ୍ସାରେ କୌଣସି ସୁଧାର ଆସୁନଥିବା ହେତୁ ନେଇଯିବାକୁ କହିଥିଲେ। ଫେରିବା ପାଇଁ ସେ ଏକ ଅଟୋ ଭଡ଼ାରେ ନେବା ପରେ ବାଟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା ଏବଂ ଗାଡ଼ିର ଡ୍ରାଇଭର ଆଉ ଆଗକୁ ବଢ଼ିବାକୁ ମନା କରିଦେଇଥିଲେ। ଆଉ କୌଣସି ଉପାୟ ନ ପାଇ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଇଥିଲେ।

ନିଜ ଜନ୍ମମାଟିରେ ଚିକିତ୍ସା ସୁବିଧା ନଥିବା, ଆନ୍ଧ୍ରପ୍ରଦେଶର ଡାକ୍ତରଖାନାରେ ଅବହେଳା ଓ ପୁଲିସର ଅବହେଳା ପାଇଁ ଏହି ଗରିବ ବ୍ୟକ୍ତି ଜଣକ ଅତ୍ୟନ୍ତ କଷ୍ଟ ପାଇଥିଲେ ବୋଲି ଆବେଦନରେ ଦର୍ଶାଯାଇଛି। ସେମାନଙ୍କ ଦୁର୍ଦ୍ଦଶାରେ ସହାୟତା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ସରକାରଙ୍କୁ ଦାୟୀ କରାଯିବା ଦରକାର ବୋଲି ଆବେଦନରେ ଦର୍ଶାଯାଇଛି।

ଯେଉଁ ପ୍ରବାସୀ ଶ୍ରମିକମାନେ ବହୁତ କମ୍ ଦରମାରେ କାମ କରୁଥିଲେ, ଅଧିକାଂଶ ସମୟରେ ସର୍ବନିମ୍ନ ଦରମାଠାରୁ କମ୍ ଦରମା ମିଳୁଛି, ଶ୍ରମ ଆଇନର ସଠିକ୍ କାର୍ଯ୍ୟକାରିତା ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହାର ଅନୁଧ୍ୟାନ ଓ ଅନୁପାଳନ ଅଭାବରୁ ସେମାନଙ୍କର ରୋଜଗାରର କୌଣସି ରେକର୍ଡ ନଥାଇ ସେମାନଙ୍କର ଜୀବିକାର ଉତ୍ସ ହରାଇ ବସନ୍ତି, ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Comments are closed, but trackbacks and pingbacks are open.