ଆଗାମୀ ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ

26

ସମ୍ଭାବ୍ୟ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଅନୁଧ୍ୟାନ କଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର : ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ବୃହତ ଶିଳ୍ପଶକ୍ତି ପ୍ରତିଷ୍ଠାନ I ଏନେଇ ଆଜି ଜମି ଚିହ୍ନଟ କରିଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ I ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାଇେୱ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି ମନ୍ତ୍ରୀ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍‌ ସିଂ ପୁନିଆ, ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନ୍ଦୀପ ସଂପତ୍‌ ମାଡ୍‌କର, ଇଡ୍‌କୋର ଜି.ଏମ୍‌. ଶ୍ରୀ କଲ୍ୟାଣ କ ମୁ ।ର ମହାନ୍ତିଙ୍କ ଗହଣରେ ଆସି ସେ ପ୍ରଥମେ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ, ଚଣ୍ଡିଖୋଲ-ପାରାଦ୍ୱୀପ ଟୋଲଗେଟ୍‌ ସନ୍ନିକଟ ଶ୍ରୀରାମପୁର ମୌଜାର କେତେକ ଅବ୍ୟବହୃତ ଜମି ପରିଦର୍ଶନ କରିଥିଲେ । ଜମି ନିକଟରେ ଏକ୍ସପ୍ରେସ ହାଇେୱ ଏବଂ ରେଳ ଲାଇନ ତଥା ବିଦୁ୍ୟତ ଲାଇନ ଥିବାହେତୁ ଏ ସ୍ଥାନ ଶିଳ୍ପ ଅନୁକୂଳ ଥିବା ସେ ପ୍ରକାଶ କରିଥିଲେ । ଏସବୁ ସ୍ଥାନ ଚାଷ ଉପଯୋଗୀ ନୁହେଁ ଏବଂ ଘରୋଇ ମାଲିକାନାରେ ଥିବା ସତ୍ତେ୍ୱ ଏଠାରେ କୃଷି କାର୍ଯ୍ୟ କରାଯାଉ ନଥିବା ଦେଖାଯାଇଥିଲା । ପରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲର କେତେକ ସ୍ଥାନ ବୁଲି ଦେଖିଥିଲେ ।
ସେଠାରୁ କେନ୍ଦ୍ରାପଡ଼ା ଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ବୈଠକ କରି ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ମହାକାଳପଡ଼ା ତହସିଲର ଅମେଇପାଳ ମୌଜା, କଳଗଡ଼ା ମୌଜା, ଯଦୁପୁର ମୌଜା, ଅଂଗୁଳାଇ ମୌଜା, ବେରୁହାଁ ମୌଜା, ଡେରାବିଶ ତହସିଲର ଫକୀରାବାଦ ମୌଜା, ତିଲକପୁର ମୌଜା, ନୂଆହାଟ ମୌଜାଗୁଡ଼ିକରେ ଉପଲବ୍ଧ ଜମି ନକ୍ସା ସବୁର ଅନୁଧ୍ୟାନ କରାଯାଇଥିଲା । ସବୁ ଚିହ୍ନଟ ଜମିକୁ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ ସକାଶେ କିପରି ପ୍ରସ୍ତୁତ କରାଯାଇପାରିବ ସେନେଇ ବିଭିନ୍ନ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି, ଏକ୍ସପ୍ରେସ ହାଇେୱକୁ ଲାଗି ରହିଥିବା ସରକାରୀ ଜମିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ତା’ର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିଲେ । ସେଠାରେ ନୂତନ ଶିଳ୍ପାନୁଷ୍ଠାନ ଗଢ଼ିଉଠିଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ସେ ମତ ରଖିଥିଲେ ।

Comments are closed, but trackbacks and pingbacks are open.