ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ

29

ରାଜ୍ୟସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ । ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ଦୂରଦୃଷ୍ଟି ଓ ଜାତୀୟ ଦୃଷ୍ଟି ପାଇଁ ସେ ଚିରକାଳ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ବଞ୍ଚିରହିବେ ।

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ନବଜାଗରଣ ପାଇଁ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ ।

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଥିଲା ଏକ ଜୀବନ୍ତ ଇତିହାସ। ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମଧୁବାବୁ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କର ଦୂରଦୃଷ୍ଟି ଓ ଜାତୀୟ ଦୃଷ୍ଟି ପାଇଁ ସେ ଚିରକାଳ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ବଞ୍ଚିରହିବେ। ଓଡ଼ିଶାର ହସ୍ତଶିଳ୍ପ ଓ ସ୍ୱଦେଶୀ କାରିଗରୀ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବା ସହ ଓଡ଼ିଶାର ଖ୍ୟାତିକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଣିଧାନଯୋଗ୍ୟ। ଓଡ଼ିଆ ଲୋକଟିଏ ଯେତେବେଳେ କିଛି ନୂଆ କରିବାକୁ ଚେଷ୍ଟା କରିବ ସେତିକିବେଳେ ମଧୁବାବୁଙ୍କ ପ୍ରେରଣା ତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Comments are closed, but trackbacks and pingbacks are open.