ଡେମୋ ଦେଖାଇବେ ଗୋପାଳ !

24

ଦିନ କୁ ଦିନ ଗୋପାଳ ଦାସଙ୍କୁ ଖୋଲୁଛି ରହସ୍ୟ । ହାଇ ପ୍ରୋଫାଇଲ୍ ମର୍ଡର କେସ୍ କିଏ ଜଡିତ ଅଛନ୍ତି ତାହାକୁ ନେଇ ଖୋଲୁଛି ରହସ୍ୟ । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନରରେ କ୍ରାଇମ ସ୍ପଟ୍‌ରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପହଞ୍ଚି ଖୋଳତାଡ କରିବା ସହିତ ଅଭିଯୁକ୍ତ ଗୋପାଳ ର ବଡ ଭାଇଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

ସେପଟେ ବର୍ତ୍ତମାନ ରିମାଣ୍ଡରେ ଯିବ ହତ୍ୟାକାରୀ ଗୋପାଳ ଦାସ । ତାକୁ ୪ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଝାରସୁଗୁଡ଼ା ଜେଏମଏଫସି ଆବାସିକ କୋର୍ଟ । ୭ ଦିନ ପାଇଁ ରିମାଣ୍ଡ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ହେଲେ ୪ ଦିନ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ଗୋପାଳ କୁ ରିମାଣ୍ଡ ରେ ନେବ କ୍ରାଇମବ୍ରାଞ୍ଚ । ତେବେ ରିମାଣ୍ଡରେ ନେବା ପୂର୍ବରୁ ଗୋପାଳକୁ ଜେଲରୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । କେମିତି ଗୁଳି କଲା ? ଡେମୋ ଦେଖାଇବ ଅଭିଯୁକ୍ତ ।

ଗୋପାଳର ଉତ୍ତରରେ ତାଳମେଳ ରହୁନଥିବାରୁ ତାର ଲାଏ ଡିଟେକ୍ସନ ଟେଷ୍ଟ ବି କରାଯିବ ବୋଲି ସୂଚନା ମିଳିଛି । ଗତକାଲି କ୍ରାଇମ୍ ସ୍ପଟ୍‌ରେ ପହଞ୍ଚି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଡିଜିଟାଲ ସ୍କାନର ଲଗାଇ ଗୁଳିମାଡ଼ ହୋଇଥିବା ସ୍ଥାନରେ ଖୋଳତାଡ କରିଥିଲା । ନବ ଦାସଙ୍କ ଡ୍ରାଇଭର ଜଗତରାମ କିଶାନ ଓ ପିଏସଓ ମିତ୍ରଭାନୁ ଦେଓଙ୍କୁ ଏଡିଜି ଅରୁଣ ବୋଥ୍ରା ଓ କ୍ରାଇମବ୍ରାଞ୍ଚ ଟିମ୍ ପ୍ରାୟ ଦୁଇ ଘଣ୍ଟା ଧରି ଜେରା କରିଥିଲେ । ଡ୍ରାଇଭର ଓ ପିଏସଓ ସମେତ କିଛି ପ୍ରତ୍ୟକ୍ଷଦର୍ଶୀଙ୍କର ବୟାନ ରେକର୍ଡ ହୋଇଛି । ଏବଂ ତାଙ୍କ ପିଏସଓଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି । ତେବେ ଆଗାମୀ ଦିନରେ ଏହି ମାମଲାରେ ଆଉ କେଉଁ ନୂଆ ଚେହେରା ସାମ୍ନାକୁ ଆସିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.