ପୂଜାରିଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

27

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଦାୟିତ୍ୱ ବଣ୍ଟନ କରିଛନ୍ତି । ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଏହି ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି । ଝାରସୁଗୁଡ଼ାର ବ୍ରଜରାଜନଗରର ଗାନ୍ଧିଛକରେ ରବିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୋପାଳକୃଷ୍ଣ ଦାସ ନାମକ ଜଣେ ପୋଲିସ ଏଏସ୍‌ଆଇ ଏହି ଗୁଳିମାଡ଼ କରିଥିଲେ ।

ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର ପରେ ମଧ୍ୟ ପ୍ରାଣହାନି ଘଟିଥିଲା ।

ବର୍ତ୍ତମାନ ତାଙ୍କୁ ଅନ୍ତିମ ସଂସ୍କାର ପାଇଁ ଝାରସୁଗୁଡା ନିଆଯାଇଛି । ତାଙ୍କ ପରିବାର ବର୍ଗଙ୍କୁ ସାନ୍ତନା ଦେବାକୁ ସେଠାରେ ଭିକେ ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ପହଞ୍ଚିଥିଲେ । ଆଗକୁ ନବ ଦାସ ମର୍ଡର କେସ୍ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ମୁଖମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.