ଅନ୍ତିମ ଯାତ୍ରାରେ ନବ ଦାସ

31

ଶେଷ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଭୁବନେଶ୍ୱରରୁ ଝାରସୁଗୁଡା ଅଭିମୁଖେ ବାହାରିଲା ପ୍ରାର୍ଥିବ ଶରୀର । ଏକ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡାରେ ପ୍ରାର୍ଥିବ ଶରୀର ପହଞ୍ଚିବ । ସେଠାରେ ସାଧାରଣ ଲୋକ ଓ ଦଳୀୟ କର୍ମୀ, ଶୁଭେଚ୍ଛୁ ମାନେ ଶେଷ ଦର୍ଶନ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର ହେବ । ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଟୁକୁନି ସାହୁ ଏହି ସମୟରେ ଉପସ୍ଥିତ ରହିବେ ।

ତେବେ ଗତକାଲି ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲ୍‌ରେ ନବାଙ୍କ ପରଲୋକ ହେଲା ପରେ ତାଙ୍କ ମରଶରୀରର ପୋଷ୍ଟମର୍ଟମ୍ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ଏହା ପରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଳମ୍ବିତ ରାତିରେ ମରଶରୀରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା । ସେଠାରେ ରାତିତମାମ ଦଳ ମତ ନିର୍ବିଶେଷରେ ବହୁ ଶୁଭେଚ୍ଛୁ, ସମର୍ଥକ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଆଜି ସକାଳୁ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ଆଜି ସକାଳୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ତାଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବି ନବ କିଶୋର ଦାସଙ୍କର ତାଙ୍କର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନବ ଦାସଙ୍କ ସରକାରୀ ବାସଭବନରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ମଧ୍ୟ ଦିଆଯାଇଛି ।

Comments are closed, but trackbacks and pingbacks are open.