ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ତର୍ଜାତିକ ହକି ମହାସଂଘ ସଭାପତି

25

ହକି ବିଶ୍ୱକପ ଅବସରରେ ଓଡ଼ିଶା ଆସିଥିବା ଆନ୍ତର୍ଜାତିକ ହକି ମହାସଂଘ -ଏଫ ଆଇଏଚ ସଭାପତି ତାୟାବ ଇକ୍ରାମ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।

ସଫଳତାର ସହ ବିଶ୍ୱକପ ହକି ଆୟୋଜନ କରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଆଇଏଚଏଫ ସଭାପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇଏଚ ଏବଂ ସଭାପତିଙ୍କ ମଧ୍ୟରେ ହକିର ଆହୁରି ବିକାଶ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ସାକ୍ଷାତ ଆଲୋଚନା ବେଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ହକି ବିଶ୍ବକପ ସବୁ ବର୍ଗ ମଧ୍ୟରେ ଉତ୍ସାହ ଭରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ କ୍ରୀଡା ନୁହେଁ ଓଡ଼ିଶା ଶିଳ୍ପ ବିକାଶର ଯାତ୍ରା କରୁଛି ଓଡ଼ିଶା । ରାଜ୍ୟରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.