କଣଠେସା ନେତା ବିଜେପି ପାଇଁ ମୁଣ୍ଡ ବିନ୍ଧା !

31

ବି.ଆର୍‌.ଏସ୍ ରେ ମିଶିବେ ଗମାଙ୍ଗ ବାପ-ପୁଅ ! ଚିନ୍ତାରେ ବିଜେପି ! କଣଠେସା ନେତା ବିଜେପି ପାଇଁ ମୁଣ୍ଡ ବିନ୍ଧା ! ୨୪ ପାଇଁ ଓଡିଶା ମୁହାଁ ବି.ଆର୍‌.ଏସ୍ ! ସରଗରମ ହେଉଛି ରାଜ୍ୟ ରାଜନିତୀ । ବିଜେପି ପାଇଁ ୨୪ ନିର୍ବାଚନ ହେବ କାଠିକର ପାଠ । ଅସନ୍ତୁଷ୍ଟ ନେତାଙ୍କୁ ଅଣଦେଖା ବିଜେପିକି ପଡିବ ଭାରି । ଦକ୍ଷିଣ ଓଡିଶାର ବିଜେପି ନେତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ଗମାଙ୍ଗ କହିଥିଲେ । ଗମାଙ୍ଗ , ପାଙ୍ଗିଙ୍କର କେସିଆର ଭେଟିବା ନେଇ ଯେଉଁ ଆଲୋଚନା ହେଉଥିଲା । ତାହା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି ଗମାଙ୍ଗଙ୍କର ବିଆର୍‌ଏସ୍ ରେ ମିଶିବାପରେ ।

୨୪ରେ ଓଡିଶାକୁ ନେଇ ବିଜେପିର ଲକ୍ଷ ପୂରଣ ହେବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଭାଜପା ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବି.ଆର୍‌.ଏସ୍ ରେ ମିଶିବେ । ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ଉଭୟ ବିଧିବଦ୍ଧ ଭାବେ ଏହି ଦଳରେ ସାମିଲ ହେବେ । ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ମଧ୍ୟ ଭାରତ ରାଷ୍ଟ୍ର ସମିତିରେ ସାମିଲ ହେବା ନେଇ ଆଲୋଚନା ହେଉଛି । ସେମାନଙ୍କ ସହିତ ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି ମଧ୍ୟ ବିଆରଏସରେ ମିଶିବେ ବୋଲି ଆଲୋଚନା ହେଉଛି।। ୨୦୧୫ରେ ଗିରିଧର ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ ।

ଏବେ ଭାଜପା ଛାଡ଼ି ବିଆର୍ଏସ୍‌ରେ ମିଶିବାକୁ ଯାଉଛନ୍ତିା ତେବେ ଆଗକୁ କେସିଆର୍‌ଙ୍କର ଭାଜପା ମୁକ୍ତ ସରକାର ଗଠନ ନିତି କେତେ କାର୍ଯ୍ୟ କାରୀ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଆଗକୁ ଓଡିଶାରେ ଭାଜପା ସରକାର ରହିବ କି ନାହିଁ ତାହା ମଧ୍ୟ ବଡ ପ୍ରଶ୍ନ ।

Comments are closed, but trackbacks and pingbacks are open.