ବିପର୍ଯ୍ୟୟ ପରିଚାଳନା ପୁରସ୍କାରରେ ପୁଣି ଥରେ ଯୋଡିହେଲା ଓଡିଶା

20

ଚଳିତ ବର୍ଷ ସୁବାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର କେନ୍ଦ୍ରସରକାର ଘୋଷଣା କରିଛନ୍ତି। ୨୦୨୩ରେ ଏହି ପୁରସ୍କାର ପାଇବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ମିଜୋରାମ୍‌ର ଏକ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ମିଳିଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ୍‌ କୁମାର ଜେନା ସାମ୍ୱାଦିକ ସମ୍ମିଳନୀ କରି ଜଣାଇଛନ୍ତି।

ଏଥିରେ ସେ କହିଛନ୍ତି ଗତ ୧୯୯୯ ମହାବାତ୍ୟା ପରଠାରୁ ଏବେ ପର୍ଯ୍ୟନ୍ତ ୨୩ ବର୍ଷ ଧରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିରବଚ୍ଛିନ୍ନ ଭାବରେ କାମ କରିଛି। ଗତ ୩ ବର୍ଷରେ ୭ ଟି ବାତ୍ୟାରେ ଜିରୋ ରାଜ୍ୟରେ କାଜୁଆଲିଟି ରହିଥିଲା।

ତିତିଲି, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଳ୍ପ କିଛି ସଲୋକ ମୃତାହତ ହୋଇଥିଲେ। ଜୀବନ ହାନୀ ନହେବା ପାଇଁ କାମ କରୁଛି ଓଏସଡିଏମଏ ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ସଂସ୍ଥା କ୍ରିୟାଶୀଳ ଭାବେ କାମକରୁଛି ବୋଲି ଏଆର୍‌ସି କହିଛନ୍ତି। ସେ ଆହୁରି କହିଛନ୍ତି ୟୁଏନଡିପି, ୟୁଏନଡିଆରଆର ବିଶ୍ବ ସଂସ୍ଥା ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟକୁ ପ୍ରଶଂସା କରିଛନ୍ତି। ଏହି ଭାରତ ସରକାର ଆମକୁ ପୁରସ୍କାର ଦେଇଛନ୍ତି। ଏହା ପରେ ଆମ ଆମର ଦାୟିତ୍ୱ ଆହୁରି ବଢ଼ିଯାଇଛି। ଏବେ ପାଣିରେ ବୁ଼ଡ଼ି ମୃତ୍ୟୁ, ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ହେଉଛି।

ଏହି ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଏବେ କାମକୁ ହାତକୁ ନିଆଯାଇଛି। ଏବେ ୮ମରୁ ଯୁକ୍ତ ତିନି ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ବିପର୍ଯ୍ୟୟ ପରିଚାଳନା ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଏହା ସହିତ ପିଅନଙ୍କ ଠାରୁ ମୁଖ୍ୟ ଶାସନ ସଚିବ, ଓ୍ବାର୍ଡମେମ୍ୱରଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ। ଅଙ୍ଗନବାଡି, ପୋଲିସ, ଫରେଷ୍ଟ ଗାର୍ଡ, ପଞ୍ଚାୟତିରାଜ ଅଧିକାରୀ, ମିଶନଶକ୍ତି ମହିଳା ଙ୍କୁ ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ବିଭିନ୍ନ ବିଭାଗ ଗୁଡିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହିକ୍ଷେତ୍ରରେ ଓଡ୍ରାଫ ଏବଂ ଅଗ୍ନିଶମବାହିନୀକୁ ଅଧିକ ସୁଦୃଢ କରାଯିବ। ଅଧିକ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଯନ୍ତ୍ରପାତି ବ୍ୟବହାର କରାଯିବ। ଆଗାମୀ ୩ ରୁ ୫ ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ ହେବ ବୋଲି ଏସଆର୍‌ସି କହିଛନ୍ତି ।

Comments are closed, but trackbacks and pingbacks are open.