ଭାରତକୁ ସାହାର୍ଯ୍ୟ ମାଗିଲା ପାକିସ୍ତାନ

24

ଭାରତକୁ ଶାନ୍ତି ପ୍ରସ୍ତାବ ଦେଲା ପାକିସ୍ତାନ । ଭାରତକୁ ସାହାର୍ଯ୍ୟ ମାଗିଲା ପାକିସ୍ତାନ । ଭାରତ ସହିତ ୩ ର ଯୁଦ୍ଧ ଆମେ ବୁଦ୍ଧି ଶିଖିଛୁ । ପାକିସ୍ତାନ ଏବେ ଘୋର ଆର୍ôଥକ ସଙ୍କଟ ଦେଇ ଗତି କରୁଛି । ଲୋକେ ସେଠାରେ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନାବି କଲେଣି । ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କର ଏକ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ ପଡୋଶୀ ଦେଶର ସ୍ୱର ବଦଳିବା ନଜର ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ବୁଦ୍ଧି ଶିଖି ସାରିଛି, ଏବେ ଦେଶ ଶାନ୍ତିରେ ରହିବାକୁ ଚାହୁଁଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଲ ଅରବିୟାକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ସମସ୍ୟାକୁ ନେଇ କଥା ହେବାକୁ ରାଜିଥିବା କହିନ୍ତି । ଶାହବାଜ ଶରିଫ କହିଛନ୍ତି ଭାରତୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଅପିଲ କରୁଛି, ଆମେ କଥାବାର୍ତ୍ତା ଟେବୁଲରେ ବସି ସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ଦରକାର । ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଓକିଲାତି କରି କହିଛନ୍ତି, ଆମେ ପଡୋଶୀ, ଏହା ଆମ ଉପରେ ନିର୍ଭର କରୁଛି ଯେ ଆମେ ଶାନ୍ତିରେ ରହୁ, ପ୍ରଗତି କରୁ ଅବା ପରସ୍ପର ସହ ଲଢେଇ କରି ସମୟ-ସଂସାଧନକୁ ନଷ୍ଟକରୁ ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତ ସହ ୩ଟି ଯୁଦ୍ଧ ଲଢି ସାରିଛୁ, ଏ ସମସ୍ତ ଯୁଦ୍ଧ କାଙ୍ଗାଳ, ଗରିବି ଓ ଲୋକଙ୍କ ପାଇଁ ବେରୋଜଗାର ଆଣିଛି । ଆମେ ଆମର ବୁଦ୍ଧି ଶିଖି ସାରିଛୁ ଏବେ ଆମକୁ ଶାନ୍ତିରେ ରହିବାର ଅଛି । ଶାହବାଜ ଶରିଫ କହିଛନ୍ତି, ଆମେ ଆମର ସମସ୍ୟା ସମାଧାନ କରିବାକୁ ପ୍ରସ୍ତୁତ ଅଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଁ ବାର୍ତ୍ତା ଦେବାକୁ ଚାହୁଁଛି ଚାଲନ୍ତୁ ଏକାଠି ବସି କଥା ହେବା । ପାକିସ୍ତାନ ଚାହୁଁନାହିଁ ଆମର ସଂସାଧନକୁ ବୋମା ଓ ବାରୁଦ ତିଆରିରେ ଖର୍ଚ୍ଚ କରୁ ।

Comments are closed, but trackbacks and pingbacks are open.