ଇଣ୍ଡୋନେସିଆରେ ଭୂକମ୍ପ ଝଟକା

32

ଇଣ୍ଡୋନେସିଆରେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୯ ଥିବା ଜଣାପଡିଛି । ଏହି ଭୂକମ୍ପ ସହିତ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି।
ଏହାପୂର୍ବରୁ ଦକ୍ଷିଣ ପ୍ରଶାନ୍ତ ଅଞ୍ଚଳରେ ଅବସ୍ଥିତ ଏକ ଦ୍ୱୀପ ଦେଶ ଭାନୁଟୁରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ରବିବାର ରାତିରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିବା ମାପ କରାଯାଇଥିଲା ।

ଏହା ସହିତ ଅଧିକାରୀମାନେ ମଧ୍ୟ ଏଠାରେ ସୁନାମି ଆଲର୍ଟ ଜାରି କରିଥିଲେ। ରବିବାର ରାତିରେ ଭାନୁଆଟୁରେ ଥରିଥିଲା ମାଟି ସୁନାମି ଚେତାବନୀ ନେଇ କେନ୍ଦ୍ର କହିଛି ଯେ, ଭାନୁଆଟୁ ଉପକୂଳ ଅଞ୍ଚଳରେ ସୁନାମି ବିପଦ ରହିଛି ।

ପ୍ରଥମ ଥର ପାଇଁ ଆଲର୍ଟ ଜାରି କରାଯିବା ପରେ ଭାନୁଆଟୁର କିଛି ଲୋକ ଉଚ୍ଚ ସ୍ଥାନକୁ ଯାଇଥିଲେ । ସ୍ଥାନୀୟ ଲୋକ କହିଛନ୍ତି ଯେ ସେମାନେ ଏକ ବଡ଼ କମ୍ପନକୁ ଅତି ନିକଟରୁ ଅନୁଭବ କରିଛନ୍ତି।

Comments are closed, but trackbacks and pingbacks are open.