ପିଲା ଜନ୍ମ କଲେ ପୁରଷ୍କାର

33

ଅଧିକ ପିଲା ଜନ୍ମ କଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା । ସର୍ତ୍ତ ପୂରଣ କଲେ ଟଙ୍କା ସହ ପୁରଷ୍କାର । ଏମିତି କିଛି ଘୋଷଣା କରିଛନ୍ତି ଜାପାନ ସରକାର । ହଁ ଆଜ୍ଞା ଏହା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ । ଅଧିକ ପିଲା ଜନ୍ମ କଲେ ମିଳିବ ୧୦ ଲକ୍ଷ ୟେନ । ଏମିତି କିଛି ଘୋଷଣା କରିଛନ୍ତି ଜାପାନ ସରକାର । ଚଳିତ ବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଏକ ଅଭିଯାନ ଉପରେ ଜାପାନ ସରକାର ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପରିବାରରେ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ଏକ ନୂତନ ଯୋଜନା ଘୋଷଣା କରାଯାଇଛି ।

ଟୋକିଓ ମହାନଗର ନିଗମ ବାହାରେ ଥିବା ପରିବାରର ପ୍ରତି ପିଲାଙ୍କୁ ଅତି କମରେ ୧୦ ଲକ୍ଷ ୟେନ ସହାୟତା ପ୍ରଦାନ କରାଯିବ । ଏହି ସ୍କିମ ପୂର୍ବରୁ ଜାରି ରହିଛି । କିନ୍ତୁ ପୂର୍ବରୁ ଏହି ସହାୟତା ପରିମାଣ ମାତ୍ର ୩ ଲକ୍ଷ ୟେନ ଥିଲା । ଦମ୍ପତିଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରିବା ସରକାରଙ୍କ ଉଦ୍ଦେଶ୍ୟ । ଏହି ଯୋଜନା ୨୦୧୯ରେ ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ପରିବାରମାନେ ସେହି ଅଞ୍ଚଳରେ ବସବାସ କରିବାକୁ ଉତ୍ସାହିତ ହୁଅନ୍ତି ଯେଉଁଠାରେ ଜନ୍ମ ହାର ଯଥେଷ୍ଟ ହ୍ରାସ ପାଇଛି ଏବଂ ଜନସଂଖ୍ୟାରେ ବୃଦ୍ଧ ବ୍ୟକ୍ତିଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ହୋଇଛି ।

ସେଥିପାଇଁ ଟୋକିଓ ମହାନଗର ନିଗମରୁ ପରିବାରକୁ ଏଭଳି ସ୍ଥାନକୁ ଯିବାକୁ ଉତ୍ସାହିତ କରାଯାଉଛି । ଏହି ଯୋଜନା ଅଧୀନରେ ହିତାଧିକାରୀ ହେବାକୁ ପରିବାରଗୁଡିକ ତିନୋଟି ସର୍ତ୍ତ ମଧ୍ୟରୁ ଯେକୌଣସି ଗୋଟିଏ ପୂରଣ କରିବାକୁ ପଡିବ ।

Comments are closed, but trackbacks and pingbacks are open.