ହକି ବିଶ୍ୱକପ୍‌ : ବେଦପାଠ କରିବେ ଶହେ ବ୍ରାହ୍ମଣ

33

ଭୁବନେଶ୍ୱର : ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ବିଶ୍ୱକପ୍‌ ହକି ଟ୍ରଫି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ବିମାନବନ୍ଦରରେ ଟ୍ରଫି ପହଞ୍ଚିବା ପରେ  ଯୋଡି ଶଙ୍ଖ ଓ ଓଡିଶୀ ନାଚ ସହ ଏହାକୁ ସ୍ୱାଗତ କରାଯିବ । ସେଠାରୁ ବୁଲେଟ ଶୋଭାଯାତ୍ରା  କରି ଲିଙ୍ଗରାଜ ମନ୍ଦିର ନିଆଯିବ । ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ କରିବେ । ସେଠାରେ ପୁରୀରୁ ଆସିଥିବା ୧୦୦ପଣ୍ଡିତ ବେଦପାଠ କରିବେ । ପ୍ରତ୍ୟେକ ଛକରେ ସମ୍ପୃକ୍ତ ଅଂଚଳର ଲେକମାନେ ରଙ୍ଗୋଲି କରି ଫଳ ଧରି ଟ୍ରଫିକୁ ସ୍ୱାଗତ କରିବାକୁ ଅପେକ୍ଷା କରିବେ । ଏହାପରେ ଏସପ୍ଲାନେଡ ଗାର୍ଡେନରେ ସ୍ୱାଗତ କାର୍ଯ୍ୟକ୍ରମ ରହିଛି । ଏଠାରେ ରକ୍‌ ବ୍ୟାଣ୍ଡ ସହ ମହମବତୀରେ ସ୍ୱାଗତ କରାଯିବ। ବଡଦିନ ହୋଇଥିବାରୁ ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଠାରେ ଅଧଘଣ୍ଟା ରହିବା ପରେ ସେଠାରୁ ସୋଆ ୟୁନିଭର୍ସିଟି ଯିବ । ସେଠାରେ ମଧ୍ୟ ଜୋରଦାର ଆୟୋଜନ ହୋଇଛି । ସେଠାରେ ବାଣ ଫୁଟିବା ସହ ର ରକ୍‌ ବ୍ୟାଣ୍ଡ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ ।ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।   କମିଶନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏହି ଟ୍ରଫି ବାବଦରେ ସୂଚନା ଦେଇଥିଲେ । ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । 

Comments are closed, but trackbacks and pingbacks are open.