ପୂରଣ ହେବ ୪୭୯୦ କନେଷ୍ଟବଳ ପଦବୀ

33

ଭୁବନେଶ୍ୱର: ଓଡ଼ିିଶା ପୁଲିସ୍‌ରେ ୪୭୯୦ କନେଷ୍ଟବଳ ପଦବୀ ପୂରଣ ହେବ । ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡ଼ିକ ପୂରଣ ନେଇ ମଞ୍ଜୁରୀ ମିଳିଛି । ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଲିଥିବା ଥିବା ଏ ସମସ୍ତ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ । ରାଜ୍ୟର ୩୪ଟି ପୁଲିସ୍ ଜିଲ୍ଲା ତଥା କମିଶନରେଟ୍ ପୁଲିସ୍‌ରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏହାଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନାରେ ଖାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ । ଏହାଦ୍ୱାରା ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୁଲିସ୍‌ର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ । ସରକାରୀ ସ୍ତରରେ ଏତେ ସଂଖ୍ୟକ ନିଯୁକ୍ତି ଯୁବଗୋଷ୍ଠୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.