ଛିଙ୍କ ଆସିବାରୁ ରାସ୍ତାରେ ପଡି ଚାଲିଗଲା ଜୀବନ

26

ଉତ୍ତରପ୍ରଦେଶ : ଛିଙ୍କ ନେଇଗଲା ଯୁବକଙ୍କ ଜୀବନ I ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ,ଘଟଣାଟି ସତ I ୪ ଜଣ ସାଙ୍ଗ ଚାଲି ଚାଲି ଯାଉଥିବା ସମୟରେ ଜଣକୁ ଆସିଥିଲା ଛିଙ୍କ I ଛିଙ୍କି ସାରିବା ପରେ ହୃଦ୍ଘାତ ରେ ଚାଲି ଯାଇଥିଲେ ଯୁବକ ଜଣକ I ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଥିବା ବେଳେ ଏ‌ବେ ଏହା ଭାଇରାଲ ହୋଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ମିରଟରେ ।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଚାରିଜଣ ଯୁବକ ଏକ ଗଳି ରାସ୍ତାରେ ଚାଲି ଚାଲି ଆଗକୁ ଯାଉଛନ୍ତି। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛିଙ୍କିବା ପାଇଁ ଅଟକୁଛନ୍ତି। ଯୁବକଜଣକ ମୁହଁରେ ହାତଦେଇ ଛିଙ୍କିବା ପରେ,ହଠାତ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଉଛନ୍ତି। ଏହି ସମୟରେ ତାଙ୍କର ଗୋଟିଏ ହାତ ସାଙ୍ଗର କାନ୍ଧ ଉପରେ ଥିବା ଦେଖାଯାଇଛି। ସାଥିରେ ଯାଉଥିବା ସାଙ୍ଗମାନେ ଡାକିବା ସତ୍ତ୍ୱେ ମଧ୍ୟ ଉଠିନଥିଲେ। ହେଲେ ସାଙ୍ଗମାନେ କିଛି ବି ବୁଝିପାରିନଥିଲେ। ତାଙ୍କୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ଏହା ପରେ ସ୍ଥାନୀୟ ଲୋକ ଏବଂ ପଥଚାରୀଙ୍କ ସହାୟତାରେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଉଛି। ତେବେ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ମୃତ ଯୁବକଙ୍କ ନାମ ଜୁବୈର । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ନଥିବା ବେଳେ ହୃଦଘାତ ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଛିଙ୍କିବା ବେଳେ ହଠାତ୍ ହୃଦଘାତ ହେବାରୁ ମାତ୍ର ୨ ସେକେଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ଜଣI ପଡିଛି। ଏହି ଘଟଣା ସ୍ଥାନୀୟ ଜଣକ ଘରେ ଲାଗିଥିବା ସିସି ଟିଭିରେ କଏଦ ହୋଇଥିଲା ।

Comments are closed, but trackbacks and pingbacks are open.