ଝାଡ଼ଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ସ୍ଥାନୀୟ ନୀତି ଓ ସଂରକ୍ଷଣ ସଂଶୋଧନ ବିଲ୍ ପାସ୍‌

20

ରାଞ୍ଚି : ଝାଡ଼ଖଣ୍ଢ ବିଧାନସଭାର ଆୟୋଜିତ ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ହେମନ୍ତ ସୋରେନ୍ ସରକାର ୧୯୩୨ ଆଧାରିତ ସ୍ଥାନୀୟ ନୀତି ଏବଂ ସଂରକ୍ଷଣ ସଂଶୋଧନ ବିଲ୍‌କୁ ପାରିତ କରାଇ ନେଇଛନ୍ତି । ଏହି ବିଲ୍ ଅନୁସାରେ ଯେଉଁ ବ୍ୟକ୍ତିଙ୍କର କିମ୍ବା ତାଙ୍କ ପୂର୍ବପୁରୁଷଙ୍କ ନାମ ୧୯୩୨ କିମ୍ବା ତା’ ପୂର୍ବ ଖତିଆନ୍‌ରେ ରେକର୍ଡ ହୋଇଥିବ ସେମାନଙ୍କୁ ଝାରଖଣ୍ଡର ସ୍ଥାନୀୟ କିମ୍ବା ମୂଳକ ନିବାସୀ ବୋଲି କୁହାଯିବ । ସେହିପରି ସରକାର ଓବିସି ସଂରକ୍ଷଣ ସୀମାକୁ ୧୪%ରୁ ବଢ଼ାଇ ୨୭% କରିଛନ୍ତି । ଏହି ବୃଦ୍ଧି ସହିତ ଏକେ ରାଜ୍ୟରେ ମୋଟ ସଂରକ୍ଷଣ ସୀମା ୭୭% ହୋଇଛି । ଏବେ ରାଜ୍ୟରେ ଅନୁସୂଚିତ ଜନଜାତି (ଏସ୍‌ସିଟି)ଙ୍କ ପାଇଁ ୨୮%, ବଛୁଆବ ବର୍ଗ (ଓବିସି)ଙ୍କ ପାଇଁ ୨୭% ଏବଂ ଅନୁସୂଚିତ ଜାତି (ଏସ୍‌ସି)ଙ୍କ ପାଇଁ ୧୨ ପ୍ରତିଶତ ସଂରକ୍ଷଣ ଲାଗୁ ହେବ । ଝାରଖଣ୍ଡର ସ୍ଥାନୀୟ ବ୍ୟକ୍ତିଙ୍କ ପରିଭାଷା ଏବଂ ପରିଣାମୀ ସାମାଜିକ, ସାଂସ୍କୃତିକ ଏବଂ ଅନ୍ୟ ଲାଭକୁ ଏପରି ସ୍ଥାନୀୟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିସ୍ତାରିତ କରିବା ନିମନ୍ତେ ବିଲ୍‌-୨୦୨୨ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିଧାନସଭାରେ ଉପସ୍ଥାପିତ କରିଥିଲେ । ଆଲୋଚନା ପରେ ୧୯୩୨ ଖତିଆନ୍ ଆଧାରିତ ସ୍ଥାନୀୟ ନୀତି ଧ୍ୱନିମତରେ ପାସ୍ ହୋଇଥିଲା । ଯେଉଁ ବ୍ୟକ୍ତିଙ୍କ ନାମ ୧୯୩୨ ଖତିଆନରେ ନଥିବା କିମ୍ବା ଯାହାର ଖତିଆନ ହଜି କିମ୍ବା ନଷ୍ଟ ହୋଇଯାଇଥିବ ସେମାନେ ଝାରଖଣ୍ଡର ମୂଳକ ନିବାସୀ କି ନୁହେଁ ସେ ସମ୍ପର୍କରେ ସେମାନଙ୍କୁ ଗ୍ରାମସଭାରୁ ଆଫିଡେଭିଟ୍ ଆଣିବାକୁ ପଡ଼ିବ । ଭୂମିହୀନ ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତିଙ୍କ ଚିହ୍ନଟ ଗ୍ରାମସଭା ପକ୍ଷରୁ ସଂସ୍କୃତି, ସ୍ଥାନୀୟ ରୀତି-ନୀତି, ପରମ୍ପରା ଆଧାରରେ କରାଯିବ ।

Comments are closed, but trackbacks and pingbacks are open.