୧ ଲକ୍ଷ କୋଟି କ୍ଲବ୍‌ରେ ବ୍ରିଟାନିଆ

34

ନୂଆଦିଲ୍ଲୀ: ବିସ୍କୁଟ୍ ଓ କେକ୍ ବ୍ୟବସାୟରେ ପ୍ରସିଦ୍ଧି ଲାଭ କରିଥିବା ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ୧ ଲକ୍ଷ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି । ମଙ୍ଗଳବାର ଷ୍ଟକ୍ ମାର୍କେଟରେ ବ୍ରିଟାନିଆର ପ୍ରତି ସେୟାର ମୂଲ୍ୟ ୪୧୪୨.୨୦ ଟଙ୍କାକୁ ବୃଦ୍ଧିି ପାଇଥିବା କାରଣରୁ କମ୍ପାନୀର ସମ୍ପତ୍ତି ପରିମାଣ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଚଳିତ ଆର୍ଥିକବର୍ଷର ଦ୍ୱିତୀୟ କ୍ୱାର୍ଟର (ଜୁଲାଇ-ସେପ୍ଟେମ୍ବର)ରେ ବ୍ରିଟାନିଆର ବ୍ୟବସାୟ ୪୩୮୦ କୋଟି ଟଙ୍କା ବୃଦ୍ଧି ପାଇଥିବାବେଳେ ଲାଭାଂଶ ୪୯୧ କୋଟି ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପତ୍ତି ପରିମାଣ ସବୁଠାରୁ ଅଧିକ (୧,୭୬୧,୪୬୬.୧୩ କୋଟି) ଥିବାବେଳେ ଏହାପଛକୁ ଟିସିଏସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Comments are closed, but trackbacks and pingbacks are open.