ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୪ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଶୀତ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୨୪ରେ ବିଧାନସଭା ଆରମ୍ଭ ହେବା ସହ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । ସେହିପରି ନଭେମ୍ବର ୩୦ରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ । ଡିସେମ୍ବର ୨ରେ ଅତିରିକ୍ତ ବଜେଟ ବିଧାନସଭାରେ ଗୃହୀତ ହେବ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ଅଧିବେଶନ କାଳରେ ୫ଟି ଛୁଟି ଦିନ ରହିଛି । ନଭେମ୍ବର ୨୭, ଡିସେମ୍ବର ୪, ଡିସେମ୍ବର ୧୧, ଡିସେମ୍ବର ୧୮, ଡିସେମ୍ବର ୨୫ ରବିବାର ଥିବାରୁ ଗୃହକାର୍ଯ୍ୟ ହେବନାହିଁ । ସେହିପରି ନଭେମ୍ବର ୨୫, ଡିସେମ୍ବର ୯, ଡିସେମ୍ବର ୧୬, ଡିସେମ୍ବର ୨୩, ଡିସେମ୍ବର ୨୮ ଓ ଡିସେମ୍ବର ୩୦ ବେସରକାରୀ କାର୍ଯ୍ୟଦିବସ ରହିଛି । ଅବଶିଷ୍ଟ ଦିବସଗୁଡ଼ିକ ସରକାରୀ କାର୍ଯ୍ୟଦିବସ ରହିବ । ଶୀତ ଅଧିବେଶନ ବେଶ ସରଗରମ ହେବବୋଲି ଆଶା କରାଯାଉଛି ।
Comments are closed, but trackbacks and pingbacks are open.