ସିଆରପିଏଫ୍‌ର ପ୍ରଥମ ମହିଳା ଆଇଜି

21

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ସିଆରପିଏଫ୍‌ରେ କାର୍ଯ୍ୟରତ ଦୁଇଜଣ ମହିଳା ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏମାନେ ହେଲେ ଆନ୍ନି ଆବ୍ରାହମ ଓ ସୀମା ଧୁଣ୍ଡିଆ । ୧୯୮୬ରେ ପ୍ରଥମ ଥର ସିଆରପିଏଫ୍‌ରେ ମହିଳା ବାଟାଲିୟନ ଗଠନ କରାଯାଇଥିବାବେଳେ ୧୯୮୭ରେ ପ୍ରଥମ ମହିଳା ଅଧିକାରୀଭାବେ ଏ ଦୁହେଁ ସିଆରପିଏଫ୍‌ରେ ଯୋଗଦେଇଥିଲେ । ଆନ୍ନିଙ୍କୁ ର‌୍ୟାପିଡ୍ ଆକ୍ସନ ଫୋର୍ସ ଦାୟିତ୍ୱ ଦିଆଯାଇଥିବାବେଳେ ସୀମା ଧୁଣ୍ଡିଆଙ୍କୁ ବିହାରରେ ଅବସ୍ଥାପିତ କରାଯାଇଛି । ପୂର୍ବରୁ ବିଭିନ୍ନ ଅର୍ଦ୍ଧସାମରିକ ବାହିନୀରେ ମହିଳା ଅଫିସରଙ୍କୁ ଉଚ୍ଚ ପଦରେ ଅବସ୍ଥାପିତ କରାଯାଇସାରିଛି । ଦୁଇ ଆଇପିଏସ୍ ଅଧିକାରୀ ଅର୍ଚ୍ଚନା ରାମସୁନ୍ଦରମ ସୀମା ସଶସ୍ତ୍ର ବଳ ଡିଜି ଏବଂ ମଞ୍ଜରୀ ଜରୁହାର ସିଆଇଏସଏଫ୍ ଡିଜିଭାବେ କାର୍ଯ୍ୟ କରିସାରିଛନ୍ତି ।

Comments are closed, but trackbacks and pingbacks are open.